ETV Bharat / international

କିମ ଜଙ୍ଗ ଉନଙ୍କ ମୃତ୍ୟୁ ଖବର 99 ପ୍ରତିଶତ ସତ ବୋଲି ଉଠିଲା ଦାବି - କିମ ଜଙ୍ଗ ଉନଙ୍କ ମୃତ୍ୟୁ

ନିକଟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ମୃତ୍ୟୁ ଖବର ନେଇ ଜୋର ଧରିଛି ଚର୍ଚ୍ଚା । ଏମିତିରେ ଚର୍ଚ୍ଚାକୁ ପୁଣି ବଢାଇଛି ଉତ୍ତର କୋରିଆରେ ପ୍ୟୋଙ୍ଗ୍ୟାଙ୍ଗ ଦଳ ଛାଡିଥିବା ଜଣେ ନେତାଙ୍କ ବୟାନ । ଅଧିକ ପଢ଼ନ୍ତୁ...

kim jong un, death of kim jong un, supreme leader of north korea kim jong un, କିମ ଜଙ୍ଗ ଉନ, କିମ ଜଙ୍ଗ ଉନଙ୍କ ମୃତ୍ୟୁ, ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ ଜଙ୍ଗ ଉନ
କିମ ଜଙ୍ଗ ଉନଙ୍କ ମୃତ୍ୟୁ ଖବର 99 ପ୍ରତିଶତ ସତ ବୋଲି ଉଠିଲା ଦାବି
author img

By

Published : May 2, 2020, 1:22 AM IST

ସିଓଲ: ନିକଟରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜଙ୍ଗ ଉନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ମୃତ୍ୟୁ ଖବର ନେଇ ଜୋର ଧରିଛି ଚର୍ଚ୍ଚା । ଏମିତିରେ ଚର୍ଚ୍ଚାକୁ ପୁଣି ବଢାଇଛି ଉତ୍ତର କୋରିଆରେ ପ୍ୟୋଙ୍ଗ୍ୟାଙ୍ଗ ଦଳ ଛାଡିଥିବା ଜଣେ ନେତାଙ୍କ ବୟାନ । ଦଳ ଛାଡି ସେ ବର୍ତ୍ତମାନ ଦକ୍ଷିଣ କୋରିଆରେ ବ୍ୟବସ୍ଥାପକ ଭାବେ କାର୍ଯ୍ୟରତ ଥିବା ବେଳେ ସେ କିମଙ୍କ ମୃତ୍ୟୁ ଖବର 99 ପ୍ରତିଶତ ସତ ବୋଲି ଦାବି କରିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଖବର ଦେଇ ସେ କହିଛନ୍ତି କି ଏକଥା କାହାକୁ ଅଛପା ନୁହେଁ କି କିମ ଗତ ତିନି ସପ୍ତାହ ହେବ ଅସୁସ୍ଥ ରହିଛନ୍ତି । ତାଙ୍କର କାର୍ଡିଓଭାସ୍କୁଲାର ସର୍ଜରୀ ପରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଏହାପରେ ଗତ ସପ୍ତାହ ଶେଷ ଆଡକୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ଜି ସିଓଙ୍ଗ-ହୋ । ତେବେ ଏହି ଖବର ସେ କାହାଠାରୁ ପାଇଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି ।

ଜି ଗତ ଏପ୍ରିଲ 15ରେ ଦକ୍ଷିଣ କୋରିଆର ଏକ ସାଧାରଣ ଦଳୀୟ ନିର୍ବାଚନରେ ଆସନ ହାତେଇଥିବା ପରେ ଶୁକ୍ରବାର ଏହି ବୟାନ ଦେଇଛନ୍ତି । ହେଲେ ଖବର 100 ପ୍ରତିଶତ ସତ ନହେଲେ ବି ମିଛ ନୁହେଁ ବୋଲି ସେ ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଖୁବଶୀଘ୍ର ଏନେଇ ସରକାରୀ ଘୋଷଣା କରାଯିବ । ଆଉ କିମଙ୍କ ପରେ ତାଙ୍କ ଭଉଣୀ କିମ ୟୋ-ଜୋଙ୍ଗ ଉତ୍ତରାଧିକାରୀ ଭାବେ ପଦବୀ ଗ୍ରହଣ କରିବେ ।

ସେପଟେ ଏହାକୁ ଖଣ୍ଡନ କରିଛି ଦକ୍ଷିଣ କୋରିଆ ରାଷ୍ଟ୍ରପତି କାର୍ଯ୍ୟାଳୟ ସିଓଙ୍ଗ ୱା ଡେ । କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି କି ଉତ୍ତର କୋରିଆରେ କିମଙ୍କ ମୃତ୍ୟୁ ନେଇ କୌଣସି ସୂଚନା ନାହିଁ । ଏପରି ସ୍ଥିତିରେ ଯେକୌଣସି ସୂତ୍ରରୁ ଆସିଥିବା ଖବର ଉପରେ ବିଶ୍ବାସ ନକରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.