ଚୀନ: କାବୁ ହେଉନି କୋରୋନା । ଘାତକ ରୂପି କୋରୋନାର ପ୍ରଭାବରେ କଲବଲ ସାରା ବିଶ୍ବ । ଏଯାବତ 18ଶହ ଲୋକଙ୍କ ମୁଣ୍ଡ ନେଲାଣି । ତଥାପି କୋରୋନା ମୁକାବିଲା ପାଇଁ ଏଯାଏଁ ମିଳି ପାରିନି ପ୍ରତିକାରକ । ଏହି ଭୟଙ୍କର ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ଦେଶର ବୌଜ୍ଞାନିକମାନେ ପ୍ରତିଷେଧକ ପ୍ରସ୍ତୁତି କରିବାରେ ନିଜର ଜି ଜାନ ଲଗାଇଦେଇଛନ୍ତି । ହେଲେ ମିଳିପାରୁନି ସଫଳତା । ଏସବୁ ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ଏ ଭାଇରସ ଆସିଲା ତ କେଉଁଠୁ ଆସିଲା ।
ଏକ ରିପୋର୍ଟ ମୁତାବକ, ଏହି ମାରାତ୍ମକ ଭାଇରାସର ଉତ୍ପତ୍ତି ସ୍ଥଳ ଚୀନର ହୁୱାଇ ପ୍ରାନ୍ତ । ଏହାର ବେଶ ପ୍ରଭାବ ମଧ୍ୟ ହୁୱାଇର ରାଜଧାନୀ ବୁହାନରେ ଠାରେ ଦେଖିବାକୁ ମିଳୁଛି । ସେହିପରି ଆଉ ଏକ ରିପୋର୍ଟରେ କୁହାଯାଇଛି, ବୁହାନର ଏକ ମାଛ ମାର୍କେଟ ଠାରୁ କିଛି ଦୂର ଏକ ସରକାରୀ ରିସର୍ଚ୍ଚ ଲ୍ୟାବରୁ ଜନ୍ମ ହୋଇଛି ଏହି ଘାତକ କୋରୋନା ଭୂତାଣୁ।
ଚୀନର ସରକାରୀ ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଅନୁସାରେ, ବୁହାନ ସେଣ୍ଟର ଫୋର ଡିସିଜ କଣ୍ଟ୍ରୋଲ(WHDC)ରେ ଏହି ଭୂତାଣୁର ଜନ୍ମ ହୋଇଥାଇପାରେ । ଏହା ପଛର କାରଣ କୁହାଯାଉଛି, ଲ୍ୟାବରେ ରଖାଯାଇଥିବା ଏମିତି କିଛି ଜୀବଜନ୍ତୁ ଯେଉଁମାନଙ୍କ ଦ୍ବାରା ରୋଗ ବ୍ୟାପିଥାଏ । ଏହି ଲ୍ୟାବରେ 605 ବାଦୁଡି ରଖାଯାଇଛି, ଆଉ ଏହା ଦ୍ବାରା କୋରୋନା ଭୂତାଣୁ ବ୍ୟାପିଥିବାର ଆଶଙ୍କା କରାଯାଉଛି ।
ଏହା ବ୍ୟତୀତ, ଏହି ୟୁନିଭର୍ସିଟିର ରିସର୍ଚ୍ଚ ପେପରେ କୁହାଯାଇଛି, କୋରୋନା ଭୂତାଣୁର ମୁଖ୍ୟ କାରଣ ବାଦୁ଼ଡି । କାରଣ ଏହାର ରିସର୍ଚ୍ଚ ସମୟରେ ହଠାତ ଜଣେ ଗବେଷକଙ୍କୁ ବାଦୁଡି ଆକ୍ରମଣ କରିଥିଲା । ବାଦୁଡିର ରକ୍ତ ଗବେଷଣଙ୍କ ଶରୀରରେ ଲାଗିବା ପରେ, ହଠାତ ମିଳେଇ ଯାଇଥିଲା ।
ରିପୋର୍ଟରେ ଆହୁରି କୁହାଯାଉଛି, କୋରୋନା ଭାଇରସରେ ପୀଡିତ ରୋଗୀଙ୍କ ଶରୀରରେ ଜିନୋମ ସିକ୍ବେନ୍ସ 96 ତଥା 89 ପ୍ରତିଶତ ଥିଲା ଯାହା ବୋଟ CoCzc କୋରୋନା ଭାଇରସ ସହ ସମାନ । ରିପୋର୍ଟରେ କୁହାଯାଇଛି, ଦେଶୀ ବାଦୁଡି ବୁହାନର ସିଫୁଡ ମାର୍କେଟ ଠାରୁ ପାଖାପାଖି 600 ମିଲି ଦୂରରେ ମିଳିଥାଏ ।
WHDCରେ ଜଣେ ଗବେଷକଙ୍କ ଅନୁୟାୟୀ, ଜଣେ ଡାକ୍ତରଙ୍କ ଶରୀରେ ବାଦୁଡିର ରକ୍ତ ପଡିବା ପରେ ନିଜକୁ 2 ସପ୍ତାହ ଧରି ଅଲଗା ରଖିଥିଲେ । ରିପୋର୍ଟର ଆହୁରି କୁହାଯାଇଛି ଯେ, WHDCରେ ପ୍ରଥମ ଥର ସଂକ୍ରମିତ ହୋଇଥିବା ଡାକ୍ତରଙ୍କ ଗୋଟିଏ ଗ୍ରୁପକୁ ୟୁନିୟନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେ ଡାକ୍ତର ଜଣକ କୋରୋନା ଭୂତାଣୁର ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସୂଚନାଯୋଗ୍ୟ, 2002-3ରେ ଚୀନରେ ବ୍ୟାପିଥିବା ଏସଆରଏସ-ସିଓଭି ପଛରେ ମଧ୍ୟ ବାଦୁଡିର ମୁଖ୍ୟ ଭୂମିକା ଥିବା ବୋଲି ଏହି ସେତେବେଳେ WHDC ପକ୍ଷରୁ କୁହାଯାଇଥିଲା ।