ETV Bharat / international

ଚୀନ୍ ତୁଳନାରେ ପାକିସ୍ତାନରେ ବଢୁଛି କୋରୋନା ସଂକ୍ରମଣ ରିପୋର୍ଟ : ଚୀନ ବିଶେଷଜ୍ଞ - ପାକିସ୍ତାନରେ ବଢୁଛି କୋରୋନା ସଂକ୍ରମଣ

ପାକିସ୍ତାନ ଗସ୍ତରେ ଆସିଥିବା ଚୀନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଚାଇନା ଅପେକ୍ଷା ପାକିସ୍ତାନରେ କୋରୋନା ଭାଇରସ ଦ୍ରୁତ ଗତିରେ ବିସ୍ତାରିତ ହେଉଛି । ଖୁବ ଶୀଘ୍ର ଏହି ରିପୋର୍ଟ ଚୀନ ଠାରୁ ବଳି ଯିବ ବୋଲି ସେ କହିଛନ୍ତି ।

ଚୀନ୍ ତୁଳନାରେ ପାକିସ୍ତାନରେ ବଢୁଛି କୋରୋନା ସଂକ୍ରମଣ ରିପୋର୍ଟ : ଚୀନ ବିଶେଷଜ୍ଞ

author img

By

Published : Apr 9, 2020, 7:55 PM IST

କରାଚୀ: କୋରୋନା ସଂକ୍ରମଣର ଏକ ରିପୋର୍ଟ ପାକିସ୍ତାନର ଚିନ୍ତାକୁ ଦ୍ବିଗୁଣିତ କରି ଦେଇପାରେ । ପାକିସ୍ତାନ ଗସ୍ତରେ ଆସିଥିବା ଚୀନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଚାଇନା ଅପେକ୍ଷା ପାକିସ୍ତାନରେ କୋରୋନା ଭାଇରସ ଦ୍ରୁତ ଗତିରେ ବିସ୍ତାରିତ ହେଉଛି । ଖୁବ ଶୀଘ୍ର ଏହି ରିପୋର୍ଟ ଚୀନ ଠାରୁ ବଳି ଯିବ ବୋଲି ସେ କହିଛନ୍ତି ।

ଚୀନ୍ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏହି ଟିମ୍ ଚୀନ୍‌ର ସିଙ୍କିଆଙ୍ଗ୍ ପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଡେପ୍ୟୁଟି ଡାଇରେକ୍ଟର ଜେନେରାଲ୍ ଡ. ମାମାଙ୍ଗହୋଇଙ୍କ ନେତୃତ୍ବରେ ପାକିସ୍ତାନ ଗସ୍ତରେ ରହିଥିଲା । ଏହି ଦଳ ପଞ୍ଜାବ ଏବଂ ସିନ୍ଧ ସରକାର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କୋରୋନା ମୁକାବିଲା ପାଇଁ ପରାମର୍ଶ ଦେବା ପାଇଁ ଅନେକ ବୈଠକ କରିଛନ୍ତି।

ଡକ୍ଟର ମାମାଙ୍ଗୋଇ ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ ପାକିସ୍ତାନରେ କୋରୋନା ଜୀବାଣୁ ଚୀନ୍ ତୁଳନାରେ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହା ଏକ ଚିନ୍ତାର ବିଷୟ । ସେ କହିଛନ୍ତି ଯେ ପାକିସ୍ତାନରେ ଇରାନରୁ ଫେରୁଥିବା ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ 50 ପ୍ରତିଶତ ଭାଇରସ ସଂକ୍ରମିତ । ଏହାସହ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ 15 ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ଚାଇନାର ବିଶେଷଜ୍ଞମାନେ କହିଛନ୍ତି ଯେ ଲୋକମାନେ ପାକିସ୍ତାନରେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି ସତ କିନ୍ତୁ ମାସ୍କ ବ୍ୟବହାରରେ ଅବହେଳା କରୁଛନ୍ତି । ଯେତେବେଳେ କି ମାସ୍କ ପିନ୍ଧିବା ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଏଠାରେ ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା 4196 ପଜିଟିଭ କୋରୋନା ରିପୋର୍ଟ ରହିଛି । ଏହାସହ 60 ଜଣ ପ୍ରାଣ ହରାଇଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.