କାଠମାଣ୍ଡୁ: ଜନବହୁଳ ରାଜଧାନୀ କାଠମାଣ୍ଡୁରେ କୋରୋନା ବିସ୍ତାରକୁ ରୋକିବା ପାଇଁ ନେପାଳ ସରକାର ଏହାର ସମସ୍ତ ପ୍ରବେଶ ପଥକୁ ସିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗୃହ ମନ୍ତ୍ରଣାଳୟର ଅଧିକାରୀ । ନେପାଳରେ କୋରୋନା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 516 ଥିବାବେଳେ ରାଜଧାନୀରେ ମଧ୍ୟ ଏହି ମାମଲାରେ ବୃଦ୍ଧି ଘଟୁଛି ।
ନେପାଳରେ କୋରୋନା କାରଣରୁ ସମୁଦାୟ ମୃତ୍ୟୁ ସଂଖ୍ୟା 3କୁ ଛୁଇଁଛି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର କେଦାରନାଥ ଶର୍ମା ଏକ ନ୍ୟୁଜ ଏଜେନ୍ସି କୁ କହିଛନ୍ତି, 'ମେ 14ରେ କାଠମାଣ୍ଡୁ ଉପତ୍ୟକାରେ ଗୃହମନ୍ତ୍ରୀ ରାମ ବାହାଦୂର ଥାପା ଏବଂ ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପୃକ୍ତ ସରକାରୀ କର୍ମଚାରୀ ନିର୍ବାଚିତ ହୋଇଥିବା ପ୍ରତିନିଧି ଦ୍ବାରା ଜାରି କରାଯାଇଥିବା ଗାଡି ପାସ ବିନା ସମସ୍ତ ଯାନର ପ୍ରବେଶ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ନିଷ୍ପତ୍ତି ଉପରେ ଆଧାର କରି ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ସରକାରଙ୍କୁ ଚିଠି ପଠାଯାଇଛି। କାଠମାଣ୍ଡୁ ଉପତ୍ୟକାରେ 6ଟି ପ୍ରମୁଖ ପ୍ରବେଶ ପଥ ରହିଛି । ଶର୍ମା କହିଛନ୍ତି, 'ଜରୁରୀକାଳୀନ ପରିସ୍ଥିତିରେ ନେପାଳ ସରକାର କେବଳ ରାଜଧାନୀରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକୃତ ପାସ୍ ଥିବା ଯାନଗୁଡିକ ମଧ୍ୟ ଯାଞ୍ଚ କରାଯାଉଛି ଏବଂ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିରେ ନାହାଁନ୍ତି ସେମାନେ ଏହି ପାସର ଅପବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। '
ନେପାଳର ଟ୍ରାଫିକ ପୋଲିସ ଏହା ମଧ୍ୟ କହିଛି ଯେ, ଜରୁରୀକାଳୀନ ଯାନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟତୀତ କାଠମାଣ୍ଡୁ ଉପତ୍ୟକାକୁ ନିକଟସ୍ଥ ଅନ୍ୟ କୌଣସି ଯାନକୁ ଅନୁମତି ଦିଆଯାଇ ନାହିଁ। ନେପାଳର ଟ୍ରାଫିକ ପୋଲିସର ମୁଖପାତ୍ର ପୋଲିସ ଅଧୀକ୍ଷକ ଜୀବନ କୁମାର ଶ୍ରେଷ୍ଠ କହିଛନ୍ତି ଯେ, ନିକଟସ୍ଥ କାଠମାଣ୍ଡୁରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଆମେ ଫେରାଇ ଦେଉଛୁ ।