ନୂଆଦିଲ୍ଲୀ: ବିଶ୍ବର ସର୍ବ ବୃହତ ଜନବହୁଳ ଦେଶ ଚୀନ। ଏହା ଅର୍ଥନୀତିରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଅନ୍ୟ ଦେଶକୁ ଏହା ସବୁ ଗୁଣରେ ମାତ ଦେଇ ପାରିବ। ତେଣୁ ଚୀନରେ କୋରୋନା ଭାଇରସର ଉତ୍ପତି ନେଇ ବିଶ୍ବର ସମସ୍ତ ରାଷ୍ଟ୍ର ଏହାକୁ ଏକ ଘରିକିଆ କରିବାକୁ ଉଦ୍ୟମ କରୁଛି। ଯାହା ନେତୃତ୍ବ ନେଉଛି ଆମେରିକା।
କୋରୋନା ସଂକ୍ରମଣ ପଛରେ ଚୀନ ଦାୟୀ ବୋଲି ଆମେରିକା ବାରମ୍ବାର ବିବୃତ୍ତି ରଖିବା ସହ ଚେତାବନୀ ଦେଇଆସୁଛି। ଏପରି ସ୍ଥଳରେ ସମସ୍ତ ଦେଶ ଆଗେଇ ଆସି ଚୀନକୁ ଏକ ଘରିକିଆ କରିବା ପାଇଁ ଆହ୍ବାନ ଦେଉଛି। ତେବେ ଆମେରିକାର ଏହି ପ୍ରୟାସ ସଫଳ ହେବ ନାହିଁ ଏବଂ ଚୀନକୁ ବିଶ୍ବ ବ୍ୟାପି ଏକ ଘରିକିଆ କରିବା ଏତେ ସହଜ ନୁହେଁ ବୋଲି ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିସ ସାଲଭେ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି କି କାହାର ଚାପରେ ଚୀନ ଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ଆସିବ ନାହିଁ। ଏହାସହ ଘଟଣାକୁ ନେଇ ଚୀନ କୌଣସି ପ୍ରକାର ଚୁକ୍ତି ସ୍ବାକ୍ଷର କରିବ ନାହିଁ। ଚୀନ ମଧ୍ୟ ଭାଇରସ ବିସ୍ତାର ପାଇଁ ଦାୟୀ ନୁହେଁ ବରଂ ସେ ନିଜେ ମଧ୍ୟ ଏହାର ଶୀକାର ହୋଇଛି ବୋଲି ସାଲଭେ ଏକ ବିବୃତ୍ତିରେ କହିଛନ୍ତି।
ପୂର୍ବତନ ସଲିସିଟର ଜେନେରାଲଙ୍କ କହିବା ଅନୁଯାୟୀ, ଯଦି ସମଗ୍ର ବିଶ୍ୱ ଏକଜୁଟ ହୁଏ ଏବଂ ଚୀନ୍ ଏକ ଘରିକିଆ କରନ୍ତି ତେବେ ଏହା ଚୀନର ଅର୍ଥନୀତିରେ ପ୍ରଭାବ ପକାଇବ। ତେବେ କୋରୋନା ଶେଷ ହେବା ପରେ ହିଁ ଏ ସବୁ କିଛି ସମ୍ଭବ ହୋଇପାରିବ।