ETV Bharat / international

କୋରୋନା ଅପଡେଟ: ପାକିସ୍ତାନରେ ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି - କୋରୋନା ଭାଇରସ ନ୍ୟୁଜ୍‌

କୋରୋନା କବଳରେ ପାକିସ୍ତାନ । ସୋମବାର ଦେଶରେ 334ଟି ନୂଆ ମାମଲା ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,374ରେ ପହଞ୍ଚିଛି ।

corona update, coronavirus news, corona in pakistan, corona update in pakistan, କୋରୋନା ଅପଡେଟ, ପାକିସ୍ତାନରେ କୋରୋନା, କୋରୋନା ଭାଇରସ ନ୍ୟୁଜ୍‌, ପାକିସ୍ତାନରେ କୋରୋନା ଅପଡେଟ
କୋରୋନା ଅପଡେଟ: ପାକିସ୍ତାନରେ ମୃତ୍ୟୁ ସଂଖ୍ୟା 93କୁ ବୃଦ୍ଧି
author img

By

Published : Apr 13, 2020, 11:33 PM IST

ଇସଲାମାବାଦ: କୋରୋନା କବଳରେ ପାକିସ୍ତାନ । ସୋମବାର ଦେଶରେ 334ଟି ନୂଆ ମାମଲା ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,374ରେ ପହଞ୍ଚିଛି । ସେପଟେ ଗତ 24 ଘଣ୍ଟା ମଧ୍ୟରେ 7 ମୃତ୍ୟୁ ସହ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 93ରେ ପହଞ୍ଚିଛି । ଯାହା ପାକିସ୍ତାନର ଚିନ୍ତା ବଢାଇବାରେ ଲାଗିଛି ।

ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ 1095 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ 44 ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ସେପଟେ ଏବେ ଯାଏଁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପଞ୍ଜାବରେ ସର୍ବାଧିକ 2594, ସିନ୍ଧରେ 1411, ଖୈବର-ପଖତୁଙ୍ଖୱାରେ 744, ବାଲୋଚିସ୍ତାନରେ 230, ଗିଲଗିଟ-ବାଲତିସ୍ତାନରେ 224, ଇସଲାମାବାଦରେ 131 ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ 40 ଜଣ ରହିଛନ୍ତି ।

ଏଥିସହ ଆଜି ଯାଏଁ ମୋଟ 65,114ଟି ସ୍ବାବ ନମୂନା ପରୀକ୍ଷା କରାଯାଇଛି । ଯେଉଁଥିରେ ଗତ 24 ଘଣ୍ଟାରେ 3233ଟି ନମୁନା ପରୀକ୍ଷା ହୋଇଛି । ତିନି ସପ୍ତାହର ଲକଡାଉନ ସତ୍ତ୍ବେ ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଇମରାନ ଖାନ ଉଚ୍ଚସ୍ତରୀୟ କମିଟି ବୈଠକରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.