ରିୟାଦ: ସାଉଦି ଆରବରେ କୋରୋନା ପ୍ରକୋପ ମାଡି ଚାଲିଥିବା ବେଳେ ଇସଲାମ ଧର୍ମରେ ସବୁଠାରୁ ପବିତ୍ର ସ୍ଥାନର ଆଖ୍ୟା ମିଳିଥିବା ସ୍ଥାନରେ ପହଞ୍ଚିଛି କୋରୋନା ସଂକ୍ରମଣ । ଏହି ସ୍ଥାନଟି ହେଉଛି ମକ୍କା । ଏଠାରେ ସଂକ୍ରମଣ ବର୍ତ୍ତମାନ ନିଜ ଗତି ବଢାଇ ସାରିଥିବା ବେଳେ ସାଉଦି ଆରବ ପାଇଁ ବଢିଛି ଚିନ୍ତା ।
ମୁଖ୍ୟତଃ ମକ୍କାରେ ଥିବା ବସ୍ତି ଓ ଜନଗହଳି ପାଇଁ ଏଠାରେ ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ପାଇଁ 24 ଘଣ୍ଟା କର୍ଫ୍ୟୁ ଜାରି ହେବା ସତ୍ତ୍ବେ ସଂକ୍ରମଣ କମିବା ବଦଳରେ ବଢିବାରେ ଲାଗିଥିବା ଦେଖାଯାଉଛି । ଏହି ସହରରେ କ୍ଷମତାଠାରୁ ଅଧିକ ଲୋକେ ଅର୍ଥାତ ପ୍ରାୟ 2 ମିଲିୟନ ଲୋକେ ବସବାସ କରନ୍ତି । ସେଥିରେ ମୁଖ୍ୟତଃ ମୂଲିଆ ମଜୁରୀ କରୁଥିବା ଲୋକେ ଓ ଆର୍ଥିକ ଦୁର୍ବଳ ଲୋକେ ସାମିଲ ରହିଛନ୍ତି । ତେଣୁ ଏଠାରେ ସଂକ୍ରମଣକୁ ରୋକିବା ଏକ ବହୁତ ବଡ ଚ୍ୟାଲେଞ୍ଜରେ ସାବ୍ୟସ୍ତ ହୋଇଛି ।
ବର୍ତ୍ତମାନ ସୁଦ୍ଧା ସାଉଦି ଆରବ ରାଜଧାନୀ ରିୟାଦରେ 1422 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମକ୍କାରେ 1050 ଛୁଇଁଛି ସଂକ୍ରମଣ ସଂଖ୍ୟା ।