ETV Bharat / international

ପାକିସ୍ତାନକୁ 1.5 ଅରବ ଡଲାର ସହାୟତା ଦେଲା 3ଟି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା

କୋରୋନା ମୁକାବିଲା ନେଇ ପାକିସ୍ତାନ ସହାୟତା ରାଶି ପାଇଁ 3ଟି ବ୍ୟାଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛି । ଅଧିକ ପଢନ୍ତୁ...

author img

By

Published : Jun 20, 2020, 11:33 PM IST

3 ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ପକ୍ଷରୁ ପାକିସ୍ତାନକୁ 1.5 ଅରବ ଡଲାର ସହାୟତା
ପାକିସ୍ତାନକୁ 1.5 ଅରବ ଡଲାର ସହାୟତା ଦେଲା 3ଟି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା

ଇସଲାମାବାଦ: ପାକିସ୍ତାନରେ ମଧ୍ୟ କୋରୋନା ତାର ପ୍ରଭାବ ଜାରି ରଖିଛି । ଦେଶରେ ପ୍ରତ୍ୟେକ ଦିନ ଏହି ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗୁଛି । ଯାହାକୁ ଦୃଷ୍ଟିରେ ରଖି କୋରୋନା ସଙ୍କଟର ମୁକାବିଲା ତଥା ଦେଶର ସାମାଜିକ କ୍ଷେତ୍ରକୁ ମଜବୁତ କରିବା ପାଇଁ ପାକିସ୍ତାନ ଶୁକ୍ରବାର 3ଟି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ସହିତ 1.5 ଅରବ ଡଲାର ସହାୟତା ପାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏବଂ ଏସିଆନ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି) ସହିତ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଇମ୍ରାନ ଖାନ ମଧ୍ୟ ଉପସ୍ଥିତ ଥିଲେ।

ଆସନ୍ତା କିଛି ଦିନ ମଧ୍ୟରେ ସହାୟତା ରାଶି ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି । ଏହି ଚୁକ୍ତିନାମାକୁ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ନୁର ଅହମ୍ମଦ ସ୍ୱାକ୍ଷର କରିଛନ୍ତି।

ତେବେ ପାକିସ୍ତାନରେ ବର୍ତ୍ତମାନ ସମୁଦାୟ 1 ଲକ୍ଷ 65 ହଜାର ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ସମୁଦାୟ 3 ହଜାର 229 ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଦେଶରେ 61 ହଜାର 383 ଲୋକ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.