ETV Bharat / international

ପାକିସ୍ତାନରେ କୋରୋନା ତାଣ୍ଡବ, ମୃତ୍ୟୁ ସଂଖ୍ୟା ଛୁଇଁଲା 237 - ପାକିସ୍ତାନରେ ଲୋକାଲ ଟ୍ରାନ୍ସମିସନ

ପାକିସ୍ତାନରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରୋ ଦେଶରେ ଆହୁରି 13 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 237ରେ ପହଞ୍ଚିଛି ।

corona in pakistan, corona update, local transmission in pakistan, coronavirus news, ପାକିସ୍ତାନରେ କୋରୋନା, କୋରୋନା ଅପଡେଟ, ପାକିସ୍ତାନରେ ଲୋକାଲ ଟ୍ରାନ୍ସମିସନ, କୋରୋନା ଭାଇରସ ନ୍ୟୁଜ୍‌
ପାକିସ୍ତାନରେ କୋରୋନା ତାଣ୍ଡବ, ମୃତ୍ୟୁ ସଂଖ୍ୟା ଛୁଇଁଲା 237
author img

By

Published : Apr 24, 2020, 9:28 PM IST

ଇସଲାମାବାଦ: ପାକିସ୍ତାନରେ ଦିନକୁ ଦିନ ବିଗିଡିବାରେ ଲାଗିଛି କୋରୋନା ପରିସ୍ଥିତି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆହୁରି 13 ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 237ରେ ପହଞ୍ଚିଛି । ସେପଟେ ଦେଶରେ ବାରମ୍ବାର ସାମାଜିକ ଦୂରତା ନିୟମ ଉଲ୍ଲଂ ଘନ ହେବାରୁ ଏବେ ଏହି ସଂକ୍ରମଣ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବା ଆରମ୍ଭ ହୋଇଛି । ଯଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା 11,155ରେ ପହଞ୍ଚିଥିବା ଜଣାପଡିଛି ।

ଦେଶରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡା ନିୟମ ହେବା ସତ୍ତ୍ବେ ଲୋକେ ଏହାକି ଅମାନ୍ୟ କରି ମସଜିଦରେ ସାମୂହିକ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳୁଛି । କେବଳ ଏହି ସାମୂହିକ ପ୍ରାର୍ଥନା ପାଇଁ ହିଁ ସରକାର ଏହି ନିୟମକୁ କୋହଳ କରିବାକୁ ସାଧାରଣ ଜନତା ଅପିଲ ମଧ୍ୟ କରିଥିଲେ । ହେଲେ ସାଧାରଣ ସତର୍କତା ଅବଲମ୍ବନ ନକରିବାରୁ ଏବେ ପାକିସ୍ତାନକୁ ଭୋଗିବାକୁ ପଡୁଛି ଭୟାବହ ପରିଣାମ । ଧିରେ ଧିରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ସେପଟେ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦେଶର ଡାକ୍ତର ସମୂହ । ଦେଶର ସ୍ବାସ୍ଥ୍ୟ ସେବା ସେତେ ସ୍ବଚ୍ଛଳ ନଥିବା ବେଳେ ବଢୁଥିବା ଆକ୍ରାନ୍ତ ସଂଖ୍ୟା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେପଟେ ଦେଶରେ କୋରୋନା ସ୍ଥିତି ନେଇ ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନସିଓସି) ଦ୍ବାରା ପ୍ରକାଶ ରିପୋର୍ଟ ମୁତାବକ ଦେଶରେ ପ୍ରାୟ 79 ପ୍ରତିଶତ ସଂକ୍ରମଣ ‘ଲୋକାଲ ଟ୍ରାନ୍ସମିସନ’ ବା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଛି । ଏହାର ନିରାକରଣ ପାଇଁ ଆଗାମୀ କିଛି ଦିନରେ ଟ୍ରାକ ଓ ଟ୍ରେସ ସିଷ୍ଟମ ଲଞ୍ଚ କରି ଲୋକଙ୍କର ଇତସ୍ତତଃ ଟେଷ୍ଟିଂ ଆରମ୍ଭ ହେବ ବୋଲି ଇମରାନ ସରକାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.