ETV Bharat / international

ଚୀନକୁ ପୁଣି କୋରୋନା ଭୟ, ବେଜିଂରେ 49 ନୂଆ ମାମଲା ଚିହ୍ନଟ - ବେଜିଂରେ କୋରୋନା ଅପଡେଟ

ଚୀନକୁ ପୁଣି ଡରାଉଛି କୋରୋନା ସଂକ୍ରମଣ । ଦେଶରେ କୋରୋନା ସ୍ଥିତି ଧିରେ ଧିରେ ପୁଣି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ଏନେଇ ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀ ବେଜିଂରେ 49 ନୂଆ ମାମଲା ସାମ୍ନାକୁ ଆସିଥିବା ଦେଖାଯାଇଛି ।

corona update in china, corona update in beijing, coronavirus news, ଚୀନରେ କୋରୋନା ଅପଡେଟ, ବେଜିଂରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ଚୀନକୁ ପୁଣି କୋରୋନା ଭୟ, ବେଜିଂରେ 49 ନୂଆ ମାମଲା ଚିହ୍ନଟ
author img

By

Published : Aug 10, 2020, 3:09 PM IST

ବେଜିଂ: ଚୀନକୁ ପୁଣି ଡରାଉଛି କୋରୋନା ସଂକ୍ରମଣ । ଦେଶରେ କୋରୋନା ସ୍ଥିତି ଧିରେ ଧିରେ ପୁଣି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ଏନେଇ ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀ ବେଜିଂରେ 49 ନୂଆ ମାମଲା ସାମ୍ନାକୁ ଆସିଥିବା ଦେଖାଯାଇଛି । ଏଥିମଧ୍ୟରୁ 35ଜଣ ସଂକ୍ରମିତ ବିଦେଶରୁ ଆସିଥିବା ଜମା ପଡିଛି । ଏଥିସହ 14ଟି ସ୍ଥାନୀୟ ସଂକ୍ରମଣର ମାମଲା ରହିଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

ଚିହ୍ନଟ ହୋଇଥିବା ସମସ୍ତ ସ୍ଥାନୀୟ ସଂକ୍ରମଣ ମାମଲା ଜିନଜିଆଙ୍ଗ ୟୁଗୁର ପ୍ରାନ୍ତର ହୋଇଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ କମିଶନ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ବିଦେଶରୁ ଆସିଥିବା ସଂକ୍ରମିତମାନେ ଶାଙ୍ଘାଇ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ବେଜିଂରେ 64 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ଜଣା ପଡିଛି ।

ଏଥିସହ ବର୍ତ୍ତମାନ 802ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ 41 ଜଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି । ତେବେ ଚୀନରେ ବର୍ତ୍ତମାନ ସୁଦ୍ଧା 84,668 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4634 ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଏଯାବତ୍‌ 79,232 ଜଣ ସୁସ୍ଥ ହୋଇଥିବା ରେକର୍ଡ କରାଯାଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.