ETV Bharat / international

କୋରୋନା ଟିକା ବିକାଶ ପାଇଁ କାନାଡା ସରକାରଙ୍କ ସହଯୋଗ ଲୋଡିଲା ଚୀନ କମ୍ପାନୀ

author img

By

Published : May 14, 2020, 12:26 AM IST

କୋରୋନା ଟୀକାର ଅନେକ କ୍ଲିନିକାଲ ଟେଷ୍ଟ କରିସାରିଥିବା ଚୀନ୍‌ର କାନନସିନୋ ବାୟୋଲୋଜିକ୍ସ ଇନ୍କ କମ୍ପାନୀର ବଡ ଘୋଷଣା । ଟିକା ପ୍ରସ୍ତୁତ କରିବା ପାଇଁ କାନାଡାର ନ୍ୟାସନାଲ ରିସର୍ଚ୍ଚ କାଉନସିଲ ସହ ମିଳିତ ଭାବେ ଆଗାମୀ ଦିନରେ ଟୀକା ଟେଷ୍ଟିଂ କରାଯିବ ବୋଲି ସୂଚନା ଦେଇଛି । ଅଧିକ ପଢନ୍ତୁ...

chinese-covid-19-vaccine-could-be-tested-manufactured-in-canada
କୋରୋନା ଟିକା ବିକାଶ ପାଇଁ କାନାଡା ସରକାରଙ୍କ ସହଯୋଗ ଲୋଡିଲା ଚୀନ କମ୍ପାନୀ

ବେଜିଂ: କୋରୋନାା ଟିକା ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ, ଗବେଷକ, ଡାକ୍ତରୀଦଳ ତଥା ବିଭିନ୍ନ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଅହରହ ପରିଶ୍ରମ ଜାରି ରଖିଛନ୍ତି । ଏପରିସ୍ଥଳେ ମହାମାରୀ କୋରୋନା ଟିକା କେବେ ବିକଶିତ ହେବ ସେନେଇ ବିଶ୍ବବାସୀ ଚାହିଁ ରହିଛନ୍ତି । ସେପଟେ ଅନେକ ଦେଶ କୋରୋନା ଟିକା ବିକାଶର ଅତି ନିକଟରତ ବୋଲି ଦାବି କରୁଛନ୍ତି । ଏହା ଭିତରେ କୋରୋନା ଟୀକାର ଅନେକ କ୍ଲିନିକାଲ ଟେଷ୍ଟ କରିସାରିଥିବା ଚୀନ୍‌ର କାନନସିନୋ ବାୟୋଲୋଜିକ୍ସ ଇନ୍କ କମ୍ପାନୀର ବଡ ଘୋଷଣା । ଟିକା ପ୍ରସ୍ତୁତ କରିବା ପାଇଁ କାନାଡାର ନ୍ୟାସନାଲ ରିସର୍ଚ୍ଚ କାଉନସିଲ ସହ ମିଳିତ ଭାବେ ଆଗାମୀ ଦିନରେ ଟୀକା ଟେଷ୍ଟିଂ କରାଯିବ ବୋଲି ସୂଚନା ଦେଇଛି ।

କାନାଡାର ନ୍ୟାସନାଲ ରିସର୍ଚ୍ଚ କାଉନସିଲ ମୋଣ୍ଟ୍ରିଆଲରେ ଚୀନ କମ୍ପାନୀକୁ ସମସ୍ତ ସରକାରୀ ସୁବିଧାରେ ଟିକା ବିକଶିତ ଓ ଟେଷ୍ଟ ପାଇଁ ସୁବିଧା ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ଯଦି କ୍ୟାନସିନୋର ବିକଶିତ ଟିକା କାମ କରେ ତେବେ ପ୍ରଥମେ କାନାଡାବାସୀ ଉପକୃତ ହେବେ ବୋଲି କୁହାଯାଇଛି । ଏହା ଉପରେ କାନାଡାର କ୍ଲିନିକାଲ୍ ପରୀକ୍ଷା ବିସ୍ତାର ହେବ ଏବଂ ଟିକା ସିକ୍ୟୁରିଟି ପ୍ରୋଫାଇଲ୍ ବିଷୟରେ ଅଧିକ ବୁଝାମଣା ପ୍ରଦାନ କରିବ ।

ଲୋକଙ୍କୁ କୋରୋନୋଭାଇରସରୁ ରକ୍ଷା କରୁଥିବା ଏକ ଟିକା ମହାମାରୀକୁ ଦୂର କରିପାରେ, କିନ୍ତୁ ଯଥେଷ୍ଟ ପରିମାଣରେ ଏହାର ଆବଶ୍ୟକତା ରହିବା କାରଣରୁ ଭବିଷ୍ୟତରେ ଟିକା ବିକଶିତ ଠାରୁ ଟିକା ଉତ୍ପାଦନ ଏକ ପ୍ରମୁଖ ଆୱାନ ଭାବେ ମୁଣ୍ଡ ଟେକିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.