ହଂକଂ: ଚୀନ ଦ୍ବାରା ସ୍ବୀକୃତିପ୍ରାପ୍ତ ନୂଆ ଜାତୀୟ ସୁରକ୍ଷା ଆଇନ ପ୍ରତି ନିଜ ସମର୍ଥନକୁ ପୁଣି ଦୋହରାଇଛନ୍ତି ହଂକଂର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମ । ନିଜ ସମର୍ଥନ ଦୋହରାଇବା ସହ ସେ କହିଛନ୍ତି କି ଏହି ନୂଆ ଆଇନ ହଂକଂର ଆଇନଗତ ସ୍ବାଧୀନତାକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ । କେବଳ ସେତିକି ନୁହେଁ ହଂକଂର ଅଧିବାସୀଙ୍କ ମାନବ ଅଧିକାରକୁ ଏହା ସୁରକ୍ଷା ପ୍ରଦାନ କରିବ ବୋଲି କ୍ୟାରି ମତ ଦେଇଛନ୍ତି ।
ହଂକଂରେ ଜାରି ରହିଥିବା ଜାତୀୟ ସୁରକ୍ଷା ଆଇନକୁ ନେଇ ବିବାଦରେ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ ମଙ୍ଗଳବାର ପୁଣି ଥରେ ଏପରି ବୟାନ ଦେଇଛନ୍ତି କ୍ୟାରି । ବେଜିଂ ଦ୍ବାରା ଏହି ନୂଆ ଆଇନ ପ୍ରଣୀତ ହୋଇଥିବା ବେଳେ ହଂକଂବାସୀ ନିଜ ସ୍ବାଧୀନତା କ୍ଷୁର୍ଣ୍ଣର ଭୟରେ ଏହାକୁ ବିରୋଧ କରିଆସୁଛନ୍ତି । ହେଲେ କ୍ୟାରି ବେଜିଂର ନିଷ୍ପତ୍ତିକୁ ସମର୍ଥନ ଦେଇ ସାଧାରଣ ଲୋକଙ୍କ ଆକ୍ରୋଶର କାରଣ ପାଲଟିଛନ୍ତି ।
ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇ କ୍ୟାରି ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଦୁଇ ଦିନ ତଳେ କ୍ୟାରିଙ୍କୁ ବିଚାରପତି ଚୟନର ଅଧିକାର ମିଳିବାରୁ ଏହାକୁ ହଂକଂବାସୀ ବିରୋଧ କରିଥିଲେ । ଯାହାର ଜବାବ ଦେଇ କ୍ୟାରି କହିଥିଲେ କି ତାଙ୍କୁ ନିର୍ଦ୍ଦେଶ ଦିଆଯିବା ପୂର୍ବରୁ ଆଞ୍ଚଳିକ ବିଚାରପତି ଚୟନ କାର୍ଯ୍ୟ ଶେଷ ହୋଇସାରିଥିଲା । ଜୁଡିସିଆରି ଆଡଭାଇଜରି କମିଟିର ନିର୍ଦ୍ଦେଶ ମୁତାବକ ଏହି କାର୍ଯ୍ୟ ଶେଷ ହୋଇଥିଲା ।
ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜାତୀୟ ସୁରକ୍ଷା ଆଇନକୁ ନେଇ ରହିଥିବା ପ୍ରସ୍ତାବର ଖୁଲାସା ହୋଇନାହଁ । ଯାହା ଖୁବଶୀଘ୍ର ଚୀନ ପ୍ରକାଶ କରିବାର ଯୋଜନା ରହିଛି ।
@IANS