ବେଜିଂ: କୋରୋନା ଆତଙ୍କ ଭିତରେ ବି ଆଣବିକ କ୍ଷେତ୍ର କଥା ଭୁଲି ନାହିଁ ଚୀନ୍ । ନିଜକୁ ଆଣବିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିବାକୁ ଯାଉଛି ଡ୍ରାଗନ ଦେଶ । ବର୍ଷକୁ ଏହା 6ରୁ 8ଟି ଆଣବିକ ରିଆକ୍ଟର ତିଆରି କରିବ ବୋଲି ନିଷ୍ପତ୍ତି ନେଇଛି । ଏନେଇ ଚୀନର କିଛି ମିଡିଆ ସଂସ୍ଥା ପକ୍ଷରୁ ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷରୁ ଏହା ଆରମ୍ଭ କରିବାର ଯୋଜନା ରହିଛି । ଲଗାତାର 5 ବର୍ଷ ଯାଏଁ ଏହା ରିଆକ୍ଟର ତିଆରି କରିବା ସହ ମୋଟ୍ 30ରୁ 40ଟି ଆଣବିକ ରିଆକ୍ଟର ପ୍ରତିଷ୍ଠାର ଲକ୍ଷ୍ୟ ରଖିଥିବା ସୂଚନା ରହିଛି ।
ଏଥିପାଇଁ ଏହା ନିଜ କ୍ଷମତା 70 ଜିଗାୱାଟ୍ସକୁ ବଢାଇଛି ଯାହା ଗତ ମେ ଶେଷ ସୁଦ୍ଧା ଥିବା କ୍ଷମତାର 43.5 ପ୍ରତିଶତ ବୃଦ୍ଧି । ତେବେ ଏବର୍ଷ ଶେଷ ସୁଦ୍ଧା ଚୀନ୍ 58 ଜିଗାୱାଟ୍ସର ଲକ୍ଷ୍ୟ ରଖିଥିଲା ଯାହା 52 ରହିବ ବୋଲି ଜଣାପଡିଛି । କିନ୍ତୁ ଆଗାମୀ ଦିନରେ ଏଥିରେ ବୃଦ୍ଧି ଘଟିବା ସହ ଉତ୍ପାଦ ତୀବ୍ର ହେବ ବୋଲି ରିପୋର୍ଟ ରହିଛି । ଆଣବିକ ରିଆକ୍ଟର ପ୍ରତିଷ୍ଠା କ୍ଷେତ୍ରରେ ଦେଶ 2035 ସୁଦ୍ଧା 200 ଜିଗାୱାଟ୍ସର ଟାର୍ଗେଟ ରଖିଛି ବୋଲି ଚୀନ୍ ଆଣବିକ ଶକ୍ତି ସଂସ୍ଥା ପ୍ରକାଶ କରିଛି । ଜାପାନରେ 2011ରେ ଘଟିଥିବା ଫୁକୁସିମା ବିପର୍ଯ୍ୟୟ ପାଇଁ ଚୀନର ଅନେକ ବଡ ବଡ ଆଣବିକ ପ୍ରକଳ୍ପର ପରୀକ୍ଷଣ ସ୍ଥଗିତ ରହିଥିଲା ।
ତେବେ ଚୀନ୍ ବର୍ତ୍ତମାନ ଆଗାମୀ 5 ବର୍ଷ ମଧ୍ୟରେ ପୁଣିଥରେ ଟ୍ରାକକୁ ଫେରିବାର ଲକ୍ଷ୍ୟ ରଖିଛି । ଏଥିପାଇଁ ଏହା ବିପୁଳ ମାତ୍ରାରେ ଆଣବିକ ରିଆକ୍ଟର ପ୍ରତିଷ୍ଠା କରିବାର ଟାର୍ଗେଟ ସ୍ଥିର କରିଛି । ସରକାରୀ ଅଧିକାରୀ କହିଛନ୍ତି ଯେ କୋରୋନା ଭୂତାଣୁ ଯୋଗୁଁ ଆଣବିକ କ୍ଷେତ୍ରରେ କୌଣସି ପ୍ରଭାବ ପଡିନାହିଁ । ହେଲେ ଏବର୍ଷ ଆଉ କୌଣସି ରିଆକ୍ଟର ପ୍ରତିଷ୍ଠା ହେବ ନାହିଁ । 2019ରେ ଶେଷ ଥର 6ଟି ରିଆକ୍ଟରକୁ ଅନୁମତି ମିଳିଥିଲା । ଗତ ମେ ମାସରେ ଏହାର ଆଣବିକ କ୍ଷମତା 48.8 ଜିଗାୱାଟ୍ସରେ ସ୍ଥିର ରହିଥିଲା ଯାହା ମୋଟ ଉତ୍ପାଦ କ୍ଷମତାର ମାତ୍ର 2.5 ପ୍ରତିଶତ ବୋଲି ଜଣାପଡିଛି ।
ବର୍ଷକୁ 6ରୁ 8ଟି ଆଣବିକ ରିଆକ୍ଟର ତିଆରି କରିବ ଚୀନ୍ - ଆଣବିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ଟ
ନିଜକୁ ଆଣବିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ କରିବାକୁ ଯାଉଛି ଡ୍ରାଗନ ଦେଶ । ବର୍ଷକୁ ଏହା 6ରୁ 8ଟି ଆଣବିକ ରିଆକ୍ଟର ତିଆରି କରିବ ବୋଲି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...