ETV Bharat / international

ସପ୍ତାହେ ପରେ ମୁହଁ ଖୋଲିଲା ଚୀନ, କହିଲା 20ରୁ କମ୍‌ ଯବାନଙ୍କ ହୋଇଛି ମୃତ୍ୟୁ - ଚୀନରେ ସଂଘର୍ଷରେ ମୃତାହତ ସୂଚନା

ଗତ ସପ୍ତାହରେ ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ଭାରତ-ଚୀନ ମୁହାଁମୁହିଁ ସଂଘର୍ଷରେ ଭାରତ ନିଜର 20 ବୀରପୂତ୍ରଙ୍କୁ ହରାଇଥିବା ବେଳେ ସପ୍ତାହେ ପରେ ଏସମ୍ପର୍କରେ ମୁହଁ ଖୋଲିଛି ଚୀନ । ଚୀନ ଏହି ଘଟଣାରେ ନିଜର 20ରୁ କମ୍‌ ଯବାନଙ୍କୁ ହରାଇଥିବା ସୂଚନା ଦେଇଛି ।

india-china face off, india-china faceoff in galwan valley, china's casuality in faceoff, less than 20 chinese soldiers killed in faceoff, ଭାରତ-ଚୀନ ସଂଘର୍ଷ, ଗଲୱାନ ଉପତ୍ୟକାରେ ଭାରଚ-ଚୀନ ସଂଘର୍ଷ, ଚୀନରେ ସଂଘର୍ଷରେ ମୃତାହତ ସୂଚନା, ଚୀନରେ 20ରୁ କମ୍‌ ଜବାନଙ୍କ ମୃତ୍ୟୁ
ସପ୍ତାହେ ପରେ ମୁହଁ ଖୋଲିଲା ଚୀନ, କହିଲା 20ରୁ କମ୍‌ ଜବାନଙ୍କ ହୋଇଛି ମୃତ୍ୟୁ
author img

By

Published : Jun 22, 2020, 9:00 PM IST

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ଭାରତ-ଚୀନ ମୁହାଁମୁହିଁ ସଂଘର୍ଷରେ ଭାରତ ନିଜର 20 ବୀରପୂତ୍ରଙ୍କୁ ହରାଇଥିବା ବେଳେ ସପ୍ତାହେ ପରେ ଏସମ୍ପର୍କରେ ମୁହଁ ଖୋଲିଛି ଚୀନ । ଚୀନ ଏହି ଘଟଣାରେ ନିଜର 20ରୁ କମ୍‌ ଯବାନଙ୍କୁ ହରାଇଥିବା ସୂଚନା ଦେଇଛି । ଏହାପୂର୍ବରୁ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇସାରିଥିଲା କି ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)କୁ ଭାରତ 16 ଜଣ ଯବାନଙ୍କ ମରଶରୀର ହସ୍ତାନ୍ତର କରିଛି ।

ଉଭୟ ଦେଶ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ତୁରନ୍ତ ପରେ 20 ଭାରତୀୟ ଜବାନ ଶହୀଦ ହୋଇଥିବା ନେଇ ସରକାରୀ ଭାବେ ଦେଶରେ ଘୋଷଣା କରାଯାଇଥିଲା । ଅପରପାର୍ଶ୍ବରେ ଦୀର୍ଘ ସମୟ ଯାଏଁ ନିରବତା ଅବଲମ୍ବନ କରିଥିଲା ବେଜିଂ । ସେପଟେ ବେଜିଂରେ କମ୍ୟୁନିଟି ଦଳ ମୁଖପାତ୍ର ଗଣମାଧ୍ୟମକୁ ଏନେଇ ସଫେଇ ଦେଇ କହିଥିଲେ ଯେ ଚୀନ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରି ସୀମାରେ ସଂଘର୍ଷ ବଢାଇବାକୁ ଚାହୁଁନାହିଁ ।

ଗ୍ଲୋବାଲ ଟାଇମ୍ସକୁ ଏନେଇ ଚୀନ ସ୍ପଷ୍ଟ ସଂଖ୍ୟା ନଜଣାଇ କେବଳ 20ରୁ କମ୍‌ ଜଣଙ୍କ ପ୍ରାଣହାନୀ ହୋଇଥିବା ପ୍ରକାଶ କରିଛି । ପ୍ରକୃତ ସଂଖ୍ୟା ସ୍ପଷ୍ଟ କଲେ ଭାରତ ପୁଣି କ୍ରୋଧ ପରାୟଣ ଆଚରଣ ଆପଣାଇବାର ଭୟ ରହିଛି ବୋଲି ମଧ୍ୟ ଚୀନ ସୂଚନା ଦେଇଛି । ସେପଟେ ଏହି ତଥ୍ୟ ପରେ ଗ୍ଲୋବାଲ ଟାଇମ୍ସ ଚୀନର ବିଶେଷଜ୍ଞ ଓ ପର୍ଯ୍ୟବେକ୍ଷକଙ୍କ ଗତିବିଧି ଦେଖି କହିଛି କି କେବଳ ଭାରତୀୟ ରାଷ୍ଟ୍ରବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚୀନ ଏପରି ସଂଖ୍ୟା ବଢାଇ ପ୍ରଦର୍ଶିତ କରିଛି ।

ତେବେ ପ୍ରକାଶିତ ଏହି ରିପୋର୍ଟରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନାମୁଖ୍ୟ ବି.କେ. ସିଂଙ୍କ ମତକୁ ସାମିଲ କରିଯାଇଛି । ଗତ ଶନିବାର ସେ କହିଥିଲେ କି ଗଲୱାନ ଉପତ୍ୟକାରେ ପିଏଲଏର 40ରୁ ଉର୍ଦ୍ଧ୍ବ ଜବାନଙ୍କ ପ୍ରାଣହାନୀ ହୋଇଛି । ଅନ୍ୟପଟେ ବେଜିଂର ବିଶେଷଜ୍ଞମାନେ ଭାରତକୁ ଚେତାବନୀ ସ୍ବରୂପ ଦେଶରେ ଚାଲିଥିବା ଚୀନ ବିରୋଧୀ ମତକୁ ନିୟନ୍ତ୍ରଣ କରିବା ପାଇଁ କହିଥିଲେ । ଏହା ନହେଲେ 1962ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ଓ ଭାରତ ଅଧିକ ଅପମାନିତ ହେବ ବୋଲି ସେମାନେ ଧମକ ଦେଇଥିଲେ ।

ଏନେଇ ଚୀନ ପର୍ଯ୍ୟବେକ୍ଷକଙ୍କ ମତାନୁଯାୟୀ ଚୀନର ସାମ୍ନା କରିବା ପାଇଁ ଭାରତ ପାଖରେ ଆଉ ମନୋବଳ ନାହିଁ । ତେଣୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଭୟ ରାଷ୍ଟ୍ରବାଦୀ ଓ କଠୋରପନ୍ଥୀଙ୍କ ସହ ଆଲୋଚନା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.