ନୂଆଦିଲ୍ଲୀ: ଲଦାଖରେ ବିସ୍ତାରବାଦୀ ନୀତି ଆପଣାଇଥିବା ଚୀନ ସେନା ଏବେ ସମୁଦ୍ରରେ ଅଭ୍ୟାସ ଆରମ୍ଭ କରିଛି । ଉତ୍ତର-ପୂର୍ବ ଓ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଚୀନ ସେନା ଆଜି ଠାରୁ ଅଭ୍ୟାସକୁ ଜୋରଦାର କରିଛି ।
ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ସୈନ୍ୟ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଛି । ଏହି ସମୟରେ ଚୀନର ନୂତନ ସାମରିକ ସାମୁଦ୍ର ପଥରେ ଅଭ୍ୟାସକୁ ବଢାଇଛି । ନିକଟରେ ପୋଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଚୀନର ଅନୁପ୍ରବେଶକୁ ଭାରତୀୟ ସେନା କଡା ଜବାବ ଦେଇଥିବାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାଲେ ଲାଗିଛି ।
ଚୀନ ଭାରତୀୟ ସୀମାରେ ନିଜର ଅଞ୍ଚଳ ବିସ୍ତାର କରିବାକୁ ହିଂସାତ୍ମକ ଉଦ୍ୟମ କରୁଥିବାବେଳେ ଅନ୍ୟ ପଟେ ଜିଆଙ୍ଗସୁ ଏବଂ ହୁବେଇ ପ୍ରଦେଶର ସାମୁଦ୍ରିକ ଅଞ୍ଚଳରେ ସାମରିକ ଅଭ୍ୟାସ ଆରମ୍ଭ କରୁଛି । ହୁବେଇ ପ୍ରଦେଶକୁ ଲାଗିଥିବା ବୋହାଇ ସାଗରରେ ଏହି ବ୍ୟାୟାମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଉଛି । ମଙ୍ଗଳବାରଠାରୁ ୟୋଲୋ ସମୁଦ୍ରରେ ସାମରିକ ବ୍ୟାୟାମର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଏହି ଅଞ୍ଚଳରେ ଅନ୍ୟ ସମସ୍ତ ଜାହାଜର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଗତ ମାସରେ ଚୀନ ଚାରୋଟି ପୃଥକ ବ୍ୟାୟାମ ଘୋଷଣା କରିଥିଲା । ଏହି ବ୍ୟାୟାମଗୁଡିକ ବୋହାଇ ହ୍ରଦରୁ ୟୋଲୋ ସମୁଦ୍ର ଏବଂ ବିବାଦୀୟ ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ କରାଯିବ । ଚୀନ୍ ସାମରିକ ବିଶେଷଜ୍ଞମାନେ ଏହାକୁ ଏକ ନିଆରା ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।
ସୂଚନାଯୋଗ୍ୟ, ତାଇୱାନରେ ଚୀନ୍ ମଧ୍ୟ କଠୋର ଅଭ୍ୟାସ କରିଛି । ସେ ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ହସ୍ତକ୍ଷେପକୁ କ୍ରମାଗତ ସମାଲୋଚନା କରିଆସୁଛନ୍ତି ।