ETV Bharat / international

ସମ୍ପୂର୍ଣ୍ଣ ମୁକ୍ତ ହୋଇନି ଚୀନ, ଫେରିପାରେ କୋରୋନା

author img

By

Published : May 5, 2020, 6:52 AM IST

10ଟି ଅଞ୍ଚଳରେ ଗତ 2 ସପ୍ତାହ ହେବ ଅନେକ ନୂଆ ସଂକ୍ରମଣ ଦେଖାଦେଇଛି । ଏହାସହ ରବିବାର 3ଟି ନୂଆ କେସ ବିଦେଶରୁ ଆସିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସମ୍ପୂର୍ଣ୍ଣ ମୁକ୍ତ ହୋଇନି ଚୀନ, ଫେରିପାରେ କୋରୋନା
ସମ୍ପୂର୍ଣ୍ଣ ମୁକ୍ତ ହୋଇନି ଚୀନ, ଫେରିପାରେ କୋରୋନା

ବେଜିଂ: ଦୀର୍ଘ ତିନି ମାସର ଲକଡାଉନ ପରେ ସ୍ବାଭାବିକ ହୋଇଛି ଚୀନ । ଧିରେ ଧିରେ ହଟୁଛି କଟକଣା । ଖୋଲୁଛି ସମସ୍ତ ସ୍କୁଲ, କଲେଜ, ଅଫିସ, ମଲ, ଦୋକାନ ବଜାର, ପର୍ଯ୍ୟଟନସ୍ଥଳୀ । ହେଲେ ଏବେ ବି ଛାଡିନି କୋରୋନା ସଂକ୍ରମଣ ଆଶଙ୍କା । ପୁଣିଥରେ ଏହା ଫେରିବାର ରହିଛି ଡର । ଏନେଇ ସାବଧାନ କରାଇ ଦେଇଛନ୍ତି ଚୀନର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ।

ଜାତୀୟ ସ୍ବାସ୍ଥ୍ୟ କମିଶନ କହିଛନ୍ତି ଯେ 10ଟି ଅଞ୍ଚଳରେ ଗତ 2 ସପ୍ତାହ ହେବ ଅନେକ ନୂଆ ସଂକ୍ରମଣ ଦେଖାଦେଇଛି । ଏହାସହ ରବିବାର 3ଟି ନୂଆ କେସ ବିଦେଶରୁ ଆସିଥିବା ଜଣାପଡିଛି । 13ଟି ମାମଲାରେ ସାମାନ୍ୟ କୋରୋନା ଲକ୍ଷଣ ଦେଖାଯାଇଛି । ରବିବାର ଯାଏଁ ମୋଟ 962ଟି କୋଭିଡ 19 ଲକ୍ଷଣ ଦେଖାଯାଇଥିବା ଲୋକ ମେଡିକାଲ ତତ୍ତ୍ବାବଧାନରେ ଅଛନ୍ତି । ଏମାନଙ୍କ ମଧ୍ୟରେ 98 ଜଣ ବିଦେଶୀ ସାମିଲ ଥିବା କମିଶନ ସୂଚନା ଦେଇଛନ୍ତି ।

ଏହି ଲୋକମାନେ ପଜିଟିଭ ଥିବା ସ୍ପଷ୍ଟ ହୋଇଛନ୍ତି । କିନ୍ତୁ ଏମାନଙ୍କଠାରେ ଜ୍ବର, କାଶ, ଗଳାବ୍ୟଥା ପ୍ରଭୃତି ଦେଖାଯାଉନାହିଁ । ତଥାପି ଏମାନଙ୍କଠାରୁ ସଂକ୍ରମଣର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ଦେଶରେ 82 ହଜାର 880 ଲୋକ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁସ୍ଥ ହୋଇସାରିଲେଣି । ମାତ୍ର 481 ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଏବେ ସୁଦ୍ଧା 4633 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ସମସ୍ତ ଅନୁଷ୍ଠାନ ଖୋଲିଥିଲେ ମଧ୍ୟ ସତର୍କତା ସୂରୂପ ସିନେମା ହଲ, ଥିଏଟର ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଉଲ୍ଲେଖଯୋଗ୍ୟ ଯେ ଚୀନର ଉହାନ ସହରରୁ ବାହାରିଥିବା କୋରୋନା ଏବେ ଯାଏଁ ବିଶ୍ବର 35 ଲକ୍ଷ ଲୋକଙ୍କୁ କବଳିତ କରିସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.