ବେଜିଂ: ଚୀନରେ ବୁର୍ଖା ଏବଂ ଇସଲାମିକ ଭିଡିଓ ବ୍ୟାନ କରାଯାଇଛି। ଯେଉଁଠି ବୁର୍ଖା ବା ଇସଲାମିକ ଭିଡିଓ ଦେଖାଯିବ, ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଚୀନର ସିନଜିଆଙ୍ଗ ପ୍ରଦେଶରୁ ଆରମ୍ଭ ହୋଇଛି ଏହି ନିୟମ । ଏହି ଅଞ୍ଚଳରେ ହଜାର ହଜାର ଉଇଘୁର ମୁସଲିମଙ୍କୁ ଉଗ୍ରବାଜ ଆଡକୁ ଯାଉଥିବା ନେଇ ଶିକ୍ଷା ପ୍ରଦାନ କରାଯାଉଛି ।
ସିନଜିଆଙ୍ଗ ପ୍ରଦେଶ ଅସକୁର ମେହେରବାନ ସିମି ନାମକ ଜଣେ ଉଇଘୁର ମୁସଲିମ ଗତବର୍ଷ ଜୁନ ଠାରୁ ଏହି ଭୋକେସନାଲ ସେଣ୍ଟରରେ ବୁର୍ଖା ପିନ୍ଧା ଉପରେ ଶିକ୍ଷା ଦେଉଛନ୍ତି । ବିବାହ ପରେ ମେହେରବାନଙ୍କୁ ପାରମ୍ପରିକ ପୋଷାକ ସହ ମେକଅପ ନଲଗାଇବାକୁ ବାଧ୍ୟ କରାଯାଉଥିଲା । ଆଉ ଆଧୁନିକ ପୋଷାକ ପିନ୍ଧିବା ପାଇଁ ଅନୁମତି ନଥିଲା । ଏଭଳି ସ୍ଥିତିରେ ତାଙ୍କର ସ୍ବାମୀ ଓ ଶାଶୂଙ୍କୁ 17 ବର୍ଷ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା ।
ଏହାସହ 28 ବର୍ଷୀୟା ଲେକ୍ସଟ ଟରସନ ଏକ ଭରଚୁଆଲ ପ୍ରାଇଭେଟ ନେଟୱାର୍କରୁ ଭିଡିଓ ଦେଖିବା ସମୟରେ ପୋଲିସ ସ୍କାନରରେ ଆସିଥିଲେ। ପୋଲିସ ତାଙ୍କୁ ଡକାଇ ପଚରାଉଚରା କରିଥିଲେ । ଭୋକେସନାଲ ସେଣ୍ଟର ନଚେତ ଜେଲ ଦଣ୍ଡ ଭିତରୁ ଗୋଟିଏ ଗ୍ରହଣ କରିବାକୁ ପଡିବ । ତେବେ ଲେକ୍ସଟ ଭୋକେସନାଲ ସେଣ୍ଟରକୁ ଚୟନ କରିଥିଲେ ।