ETV Bharat / international

G-7: ତାଲିବାନକୁ ଜି-7ର ପ୍ରଥମ ସର୍ତ୍ତ, ଅଗଷ୍ଟ ୩୧ ପରେବି କରିବୁ ସ୍ଥାନାନ୍ତରଣ - G7 ସମ୍ମିଳନୀରେ ବାଇଡେନଙ୍କ ମତ

G7 ସମ୍ମିଳନୀରେ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ ପ୍ରକ୍ରିୟା ନେଇ ମତ ରଖିଲେ ଜୋ ବାଇଡେନ । ବ୍ରିଟେନ ପ୍ରଧାନମନ୍ତ୍ରୀ ରଖିଲେ ଏହି ସର୍ତ୍ତ । ଅଧିକ ପଢନ୍ତୁ...

ଆଫଗାନୀଙ୍କୁ ସ୍ଥାନାନ୍ତର ନକରିବାକୁ ତାଲିବାନର ଚେତାବନୀ, ୩୧ ଯାଏଁ ସମୟ ମାଗିଲା ଆମେରିକା

author img

By

Published : Aug 25, 2021, 12:29 PM IST

ୱାଶିଂଟନ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏବେ ସମସ୍ତ ଦେଶକୁ କାବୁଲ ବିମାନବନ୍ଦର ତୁରନ୍ତ ଛାଡିବାକୁ ଚେତାବନୀ ଦେଇଛି ତାଲିବାନ । ଯାହାର କଡା ଜବାବ ଦେଇଛନ୍ତି ଜି 7 ଦେଶ ସମୂହ । ଅଗଷ୍ଟ 31 ସୁଦ୍ଧା ଏହି ସମସ୍ତ ଦେଶ କାବୁଲ ବିମାନ ବନ୍ଦର ଖାଲି କରିପାରିବେନି ବୋଲି କହିଦେଇଛନ୍ତି । ସେପଟେ ତାଲିବାନ ସାମନାରେ ସର୍ତ୍ତ ରଖିଛନ୍ତି ଜି-7 ଦେଶ । ନିର୍ଦ୍ଧାରିତ ସମୟ ପରେ ବି ଆଫଗାନିସ୍ତାନରୁ ଯିବାକୁ ଚାହୁଁଥିବା ଇଚ୍ଛୁକ ନାଗରିକଙ୍କୁ ଦେଶ ଛାଡିବାକୁ ସମସ୍ତ ସୁବିଧା ଦିଆଯିବ ବୋଲି କହିଛି ଜି-7 ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆଫଗାନିସ୍ତାନରେ ଫସିଥିବା ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯେପରି ଯୋଜନା ପ୍ରସ୍ତୁତ କରାଯାଉଛି ଠିକ ସେହିପରି ତାଲିବାନ ସହ ସମ୍ପର୍କ ଯୋଡିବାକୁ ଆଲୋଚନା ହେବ । ଆଫଗାନିସ୍ତାନରେ ଯେପରି ପୁଣିଥରେ ଆତଙ୍କୀ ଜନ୍ମ ନହେବେ ସେଥିପାଇଁ ସମସ୍ତ ଦେଶ ମିଳିମିଶି ପ୍ରୟାସ କରିବେ । ନୂଆ ଆଫଗାନିସ୍ତାନରେ ଏବେ 18 ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ପାଠ ପଢିବାକୁ ସୁଯୋଗ ମିଳିବା ଉଚିତ । ଏହା ସହ ଅଗଷ୍ଟ 31 ପରେ ବି ଫସିଥିବା ନାଗରିକଙ୍କୁ ଦେଶ ଛାଡି ଯିବାକୁ ତାଲିବାନ ଅନୁମତି ଦେବାକୁ କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।

ସେହିପରି ଉଦ୍ଧାର କାର୍ଯ୍ୟରେ କୌଣସି ବାଧା ନ ଦେବାକୁ ତାଲିବାନକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହାଦ୍ବାରା ନିର୍ଦ୍ଧାରିତ ସମୟ ଅଗଷ୍ଟ 31 ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରିଛନ୍ତି ବାଇଡେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.