ETV Bharat / international

କୋରୋନା ଭୟ: ଭୁଟାନରେ ପ୍ରଥମ ଲକଡାଉନ୍ - Bhutan orders first coronavirus lockdown

ମଙ୍ଗଳବାର ଭୁଟାନ ପ୍ରଥମଥର ଦେଶବ୍ୟାପୀ ଲକଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଦେଶର କ୍ବାରେଣ୍ଟାଇନରେ ଥିବା ଜଣେ ମହିଳା ପ୍ରଥମେ ନେଗେଟିଭ ଓ ପରେ କୋରୋନା ପଜିଟିଭ ବାହାରିବା ପରେ ଏହି ଲକଡାଉନ କରାଯାଇଛି ।

Bhutan orders first coronavirus lockdown
ଭୁଟାନରେ ପ୍ରଥମ ଲକଡାଉନ୍
author img

By

Published : Aug 11, 2020, 5:33 PM IST

ଥିମ୍ଫୁ: ମଙ୍ଗଳବାର ଭୁଟାନ ପ୍ରଥମଥର ଦେଶବ୍ୟାପୀ ଲକଡାଉନ ପାଇଁ ନିର୍ଦ୍ଦେଶ ଦେଇଛି । ଦେଶର କ୍ବାରେଣ୍ଟାଇନରେ ଥିବା ଜଣେ ମହିଳା ପ୍ରଥମେ ନେଗେଟିଭ ଓ ପରେ କୋରୋନା ପଜିଟିଭ ବାହାରିବା ପରେ ଏହି ଲକଡାଉନ କରାଯାଇଛି । କ୍ଷୁଦ୍ର ହିମାଳୟ ରାଜ୍ୟରେ କୋରୋନା ମାମଲା ମୋଟ 113 କୁ ବୃଦ୍ଧି ପାଇଥିଲା ।

ମହିଳା ଜଣକ କୁଏତରୁ ଆସିଥିଲେ । କ୍ବାରେଣ୍ଟାଇନରେ ଥିବା ସମୟରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ଏଥିରେ ସେ ନେଗେଟିଭ ଚିହ୍ନଟ ହୋଇଥିଲେ ମାତ୍ର କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ଯିବା ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ ।

ପର୍ଯ୍ୟଟକଙ୍କ ଉପରେ ଭରସା କରୁଥିବା ଭୁଟାନ ମାର୍ଚ୍ଚରେ ଜଣେ ଆମେରିକୀୟ ପରିଦର୍ଶକଙ୍କ ଦ୍ବାରା ଏହି ଭାଇରସ ସଂକ୍ରମଣ ବାହାରିବା ପରେ ପର୍ଯ୍ୟଟନକୁ ନିଷିଦ୍ଧ କରାଯାଇଥିଲା ଓ ବିଦେଶରୁ ଫେରୁଥିବା ସମସ୍ତଙ୍କ ପାଇଁ ତିନି ସପ୍ତାହ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ଆଦେଶ ଦିଆଯାଇଥିଲା ।

ସରକାର ସମସ୍ତଙ୍କୁ ଘରେ ରହିବାକୁ କହିଥିଲେ । ଯଦି ସଂକ୍ରମଣର ହାର ଚିହ୍ନଟ କରାଯାଇ ନପାରିଲା ତେବେ ଏହା ଅତ୍ୟଧିକ ବଢିପାରେ ବୋଲି ସରକାର କହିଛନ୍ତି । ଏହି ଲକଡାଉନରେ ସମସ୍ତ ବିଦ୍ୟାଳୟ, ଅନୁଷ୍ଠାନ, କାର୍ଯ୍ୟାଳୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପରୀକ୍ଷା ସ୍ଥଗିତ ରଖାଯିବ । ବୋର୍ଡିଂ ସୁବିଧା ଥିବା ଛାତ୍ର ଓ ପ୍ରଶିକ୍ଷାର୍ଥୀଙ୍କୁ କ୍ୟାମ୍ପସରେ ରହିବାକୁ ଓ କୋଭିଡ-19 ପ୍ରୋଟୋକଲ ଅନୁସରଣ କରିବାକୁ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.