ETV Bharat / international

ଇରାନକୁ ଇସ୍ରାଏଲର ଚେତାବନୀ; ଆକ୍ରମଣ କଲେ ମିଳିବ ଗଭୀର ଆଘାତ - benjamin netanyahu warns iran

ଇରାନ-ଆମେରିକାର ତିକ୍ତତା ମଧ୍ୟରେ ଇରାନକୁ କଡା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତୋନ୍ୟାହୁ । ଜାଣନ୍ତୁ ସେ କ'ଣ କହିଛନ୍ତି..

benjamin netanyahu warns iran
ଫାଇଲ ଫଟୋ
author img

By

Published : Jan 8, 2020, 6:48 PM IST

ଜେରୁସାଲେମ: ଇରାନ-ଆମେରିକାର ତିକ୍ତତା ମଧ୍ୟରେ ଇରାନକୁ କଡା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତୋନ୍ୟାହୁ । ଯଦି ଇରାନ ତାଙ୍କ ଦେଶ ଇସ୍ରାଏଲ ଉପରେ ଆକ୍ରମଣ କରେ ତାହେଲେ ତା'ର ପରିଣାମ ଇରାନକୁ ଭୋଗିବାକୁ ପଡିବ । ଇରାନକୁ ଆମେ ଏଭଳି ଜଖମ ଦେବୁ ତାହା ସେ କେବେ ବି ଭୁଲି ପାରିବନି ବୋଲି ବେଞ୍ଜାମିନ କହିଛନ୍ତି ।

ଇରାକସ୍ଥିତ ଆମେରିକୀୟ ଏୟାରବେସ ଉପରେ ଇରାନର ଆକ୍ରମଣ ପରେ ଏକ ସମ୍ମିଳନୀରେ ଯୋଗ ଦେଇ ବେଞ୍ଜାମିନ କହିଛନ୍ତି, ଯେ କିଏ ବି ଆମ ଉପରେ ଆକ୍ରମଣ କରିବ ତାକୁ ଗଭୀର ଆଘାତ ଦିଆଯିବ ।

ସୂଚନାଯୋଗ୍ୟ ଯେ, ଆମେରିକାର ଡ୍ରୋନ ଆକ୍ରମଣରେ ଇରାନର ସେନା ଅଧିକାରୀ ଜେନେରାଲ କାଶିମ ସୁଲେମାନିଙ୍କ ହତ୍ୟାପରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଥିଲେ । ସୁଲେମାନି ଆତଙ୍କବାଦ ସଂଗଠନର ମୁଖ୍ୟ ଥିଲେ । ଅନେକ ନିର୍ଦ୍ଦୋଶଙ୍କ ମୃତ୍ୟୁ ପାଇଁ ସେ ଦାୟୀ ଥିଲେ ବୋଲି ବେଞ୍ଜାମିନ କହିଥିଲେ । ଏହା ସହିତ ଇସ୍ରାଏଲ ଆମେରିକାର ଭଲ ବନ୍ଧୁ ଦେଶ ଭାବରେ ପରିଚିତ । ତେଣୁ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାର ସମ୍ଭାବନା ଦର୍ଶାଇ ବେଞ୍ଜାମିନ ଆଗୁଆ ଚେତାବନୀ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.