ବେଜିଂ: ଚୀନର ରାଜଧାନୀ ବେଜିଂ ଆଉ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଲଗାତାର 13 ଦିନ ଧରି କୌଣସି ନୂଆ ମାମଲା ସାମନାକୁ ଆସିନଥିବା ହେତୁ ଏପରି ନିଷ୍ପତ୍ତି ନେଇଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ।
ହେଲେ ଏହା ଦେଖିବାକୁ ମିଳିଛି ଯେ ନିୟମରେ କୋହଳ ସତ୍ତ୍ବେ ବି ଅନେକ ଲୋକ ଶୁକ୍ରବାର ମାସ୍କରେ ନଜର ଆସିଥିଲେ । କେହି କେହି କହିଛନ୍ତି ମାସ୍କ ସେମାନଙ୍କୁ ନିରାପଦ ମନେ କରୁଥିବାବେଳେ ଅନ୍ୟମାନେ ମାସ୍କ ପିନ୍ଧିବା ପାଇଁ ଏକ ସାମାଜିକ ଚାପ ବୋଲି ଭାବୁଛନ୍ତି ।
ରାଜଧାନୀରେ ମାସ୍କ ପିନ୍ଧିବା ଉପରେ ବେଜିଂର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦ୍ୱିତୀୟ ଥର ପାଇଁ ନିର୍ଦ୍ଦେଶନାମାକୁ କୋହଳ କରିଛନ୍ତି । ରାଜଧାନୀରେ ଦୁଇ ଥର ଲକଡାଉନ ଲାଗୁ ହେବା ପରେ ପରିସ୍ଥିତି ସ୍ୱାଭାବିକ ହଇଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ।
ରାଜଧାନୀ, ଜିନଜିଆଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ କୋରୋନା ମାମଲା ସଫଳତାର ସହ ନିୟନ୍ତ୍ରଣ ହେବା ପରେ ଚୀନ୍ ମଧ୍ୟପ୍ରଦେଶରେ ପାଞ୍ଚ ଦିନ ଧରି କୌଣସି ନୂତନ ସ୍ଥାନୀୟ ସଂକ୍ରମଣ ମାମଲା ରିପୋର୍ଟ ହୋଇନାହିଁ । ଫଳରେ ଏପରି ନିଷ୍ପତ୍ତି ନେଇଛନ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ।