ETV Bharat / international

ସୁସ୍ଥ ହେଲେ ବେଜିଂ ମାର୍କେଟ କ୍ଲଷ୍ଟରର ପ୍ରଥମ କୋରୋନା ଆକ୍ରାନ୍ତ

author img

By

Published : Jun 29, 2020, 8:11 PM IST

ଚୀନରେ କୋରୋନା ଦ୍ବିତୀୟ ଲହରୀ ଭାବେ ବେଜିଂସ୍ଥିତ ହୋଲସେଲ ଫୁଡ ମାର୍କେଟରେ ଆରମ୍ଭ ହୋଇଥିବା କ୍ଲଷ୍ଟର ସଂକ୍ରମଣ । ଏହି ସଂକ୍ରମଣର ପ୍ରଥମ ଶିକାର ସୋମବାର ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଥିବା ଜଣା ପଡିଛି ।

corona update in china, local transmission in beijing market cluster, corona update in beijing, corona situation in beijing, corona virus news, ଚୀନରେ କୋରୋନା ଅପଡେଟ, ବେଜିଂ ମାର୍କେଟ କ୍ଲଷ୍ଟରରେ ସ୍ଥାନୀୟ ସଂକ୍ରମଣ, ବେଜିଂରେ କୋରୋନା ଅପଡେଟ, ବେଜିଂରେ କୋରୋନା ସ୍ଥିତି, କୋରୋନା ଭାଇରସ ନ୍ୟୁଜ୍‌
ସୁସ୍ଥ ହେଲେ ବେଜିଂ ମାର୍କେଟ କ୍ଲଷ୍ଟରର ପ୍ରଥମ କୋରୋନା ଆକ୍ରାନ୍ତ

ବେଜିଂ: ଚୀନରେ କୋରୋନା ଦ୍ବିତୀୟ ଲହରୀ ଭାବେ ବେଜିଂସ୍ଥିତ ହୋଲସେଲ ଫୁଡ ମାର୍କେଟରେ ଆରମ୍ଭ ହୋଇଥିବା କ୍ଲଷ୍ଟର ସଂକ୍ରମଣ । ଏହି ସଂକ୍ରମଣର ପ୍ରଥମ ଶିକାର ସୋମବାର ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଥିବା ଜଣା ପଡିଛି । ଯାହା ବେଜିଂରେ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀରେ ପ୍ରଥମ ସଫଳତା ।

ସୂଚନା ମୁତାବକ ଜୁନ 3ରେ ସମ୍ପୃ୍କ୍ତ 56 ବର୍ଷୀୟ ବ୍ୟକ୍ତି ଜିନଫାଦି ହୋଲସେଲ ଫୁଡ ମାର୍କେଟର ଗୋମାଂସ ଦୋକାନରେ 20 ମିନିଟ ରହିଥିଲେ । ଏହାପରେ ସେ ଅନ୍ୟ ଦୋକାନରେ ମଧ୍ୟ କିଛି ସମୟ ରହି ବେଜିଂର ଦକ୍ଷିଣାଞ୍ଚଳରେ ଥିବା ଫେଙ୍ଗତାଇ ଜିଲ୍ଲାସ୍ଥିତ ନିଜ ଘରକୁ ଫେରିଥିଲେ । କିଛି ଦିନ ମଧ୍ୟରେ ସେ ଜ୍ବର ଓ ଥକାପଣ ଆଦି ଲକ୍ଷଣ ଅନୂଭବ କରିବାରୁ ଜୁନ 12ରେ ଡାକ୍ତରଖାନା ଯାଇ ରକ୍ତ ନମୂନା ପରୀକ୍ଷା କରାଇଥିଲେ । ସେଠାରେ ସେ ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ ।

ଏହାପରେ ଜୁନ 13ରୁ ବେଜିଂ ଦିତାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଜୁନ 16 ସୁଦ୍ଧା ତାଙ୍କର ସ୍ବାସ୍ଥ୍ୟୂବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ ଜୁନ 21 ଓ 26ରେ ତାଙ୍କର ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଇଥିଲା । ଏଥିରେ ରିପୋର୍ଟ ନେଗେଟିଭ ଆସିଥିଲା । ସୋମବାର ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ତେବେ ଜୁନ 11ରୁ ଜୁନ 28 ମଧ୍ୟରେ ବେଜିଂରେ 318ଟି ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏସମସ୍ତ ମାମଲା ସ୍ଥାନୀୟ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା କୁହାଯାଇଛି । ଏହି ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅତିରିକ୍ତ 108 ଜଣ ଡାକ୍ତରୀ କର୍ମଚାରୀ ବେଜିଂ ପହଞ୍ଚି ଚିକିତ୍ସା ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ । ସେପଟେ ଗତବର୍ଷ ଡିସେମ୍ବରରେ ଉହାନର ହୁବେଇ ପ୍ରାନ୍ତରେ ଏହି ସଂକ୍ରମଣ ଆରମ୍ଭ ହୋଇଥିବା ବିଶ୍ବାସ କରାଯାଉଥିବା ସତ୍ତ୍ବେ ଅନ୍ୟ ଦେଶଙ୍କ ତୁଳନାରେ ଚୀନରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ହାର ଅପେକ୍ଷାକୃତ କମ ରହିଥିବା ଦେଖାଯାଇଛି ।

ଚୀନରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତ ସଂଖ୍ୟା 83,512ରେ ପହଞ୍ଚିଥିବା ବେଳେ ମୃତ୍ୟୁ 4634 ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.