ETV Bharat / international

ନିଜ ବାସଭବନରେ ଚିକିତ୍ସିତ ବାଂଲାଦେଶ ପୂର୍ବତନ ପିଏମ ଖଲିଦା ଜିଆ

author img

By

Published : May 10, 2020, 11:57 PM IST

ଜେଲରୁ ମୁକ୍ତ ହୋଇ ନିଜ ବାସଭବନରେ ଚିକିତ୍ସିତ ଅଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ । ଦୁଇଟି ଦୁର୍ନୀତି ମାମଲାରେ ଫସି ସେ 25 ମାସର କାରାଦଣ୍ଡ ଭୋଗିଥିଲେ । ଏହାପରେ ତାଙ୍କୁ ମାର୍ଚ୍ଚ 25ରେ ମୁକ୍ତ କରାୟିବା ପରେ ଜେଲରୁ ସିଧା ତାଙ୍କ ବାସଭବନ ‘ଫେରୋଜା’କୁ ନିଆଯାଇଥିଲା ।

bangladesh former pm, khalida zia, bangladesh latest news, khalida zia's treatment, ବାଂଲାଦେଶ ପୂର୍ବତନ ପିଏମ, ଖଲିଦା ଜିଆ, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌, ଖଲିଦା ଜିଆଙ୍କ ଚିକିତ୍ସା
ନିଜ ବାସଭବନରେ ଚିକିତ୍ସିତ ବାଂଲାଦେଶ ପୂର୍ବତନ ପିଏମ ଖଲିଦା ଜିଆ

ଢାକା: ଜେଲରୁ ମୁକ୍ତ ହୋଇ ନିଜ ବାସଭବନରେ ଚିକିତ୍ସିତ ଅଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ । ଦୁଇଟି ଦୁର୍ନୀତି ମାମଲାରେ ଫସି ସେ 25 ମାସର କାରାଦଣ୍ଡ ଭୋଗିଥିଲେ । ଏହାପରେ ତାଙ୍କୁ ମାର୍ଚ୍ଚ 25ରେ ମୁକ୍ତ କରାୟିବା ପରେ ଜେଲରୁ ସିଧା ତାଙ୍କ ବାସଭବନ ‘ଫେରୋଜା’କୁ ନିଆଯାଇଥିଲା । ହେଲେ ଅସୁସ୍ଥତା ପାଇଁ ଚିକିତ୍ସା ଜାରି ରହିଥିବାରୁ ୟୁନାଇଟେଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବା ପାଇଁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତାମାନେ ଅନୁରୋଧ କରିଥିଲେ ।

ହେଲେ କୋରୋନା ସଂକ୍ରମଣ ପାଇଁ ବର୍ତ୍ତମାନ ତାଙ୍କୁ ୟୁନାଇଟେଡ ହସ୍ପିଟାଲ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ । ତେଣୁ ତାଙ୍କୁ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଏକ୍ସପର୍ଟ ଫିଜିସିଆନଙ୍କ ଟିମ ଘରେ ହିଁ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖଲିଦାଙ୍କ ଭଉଣୀ ସେଲିମା ଇସଲାମ । ଖଲିଦା ଜେଲରୁ ମୁକ୍ତ ହେବା ଦିନଠାରୁ ହୋମ କ୍ବାରେଣ୍ଟାଇନରେ ହିଁ ରହିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିବା ସେଲିମା କହିଥିଲେ ।

ସୂଚନା ଅନୁଯାୟୀ ଖଲିଦାଙ୍କ କାନ୍ଧ ଓ ଗୋଡର ଚିକିତ୍ସା ଜାରି ରହିଛି । ସେ ଡାଇବେଟିସ ରୋଗୀ ହୋଇଥିବା ବେଳେ ଏବେ ସୁଦ୍ଧା ତାଙ୍କର ଆଙ୍ଗୁଠି ସବୁ ବଙ୍କା ହୋଇ ରହିଥିବା ସେଲିମା କହିଛନ୍ତି । ସେପଟେ ଖଲିଦାଙ୍କ ଚିକିତ୍ସା ସମ୍ପର୍କରେ ବିବରଣୀ ଦେଇ ଜଣେ ଡାକ୍ତର କହିଛନ୍ତି କି ଖଲିଦାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସାର ଆବଶ୍ୟକତା ରହିଛି । 2018 ମସିହାରେ ଦୁଇ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ 17 ବର୍ଷରେ କାରାଦଣ୍ଡାଦେଶ ଶୁଣାଯାଇଥିଲା । ତେବେ ଏହି ଦୁଇ ମାମଲା ହେଉଛି ଜିଆ ଅରଫାନେଜ ଟ୍ରଷ୍ଟ ଓ ଜିଆ ଚାରିଟେବୁଲ ଟ୍ରଷ୍ଟ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.