ବେଜିଂ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 36 ଜଣ ପ୍ରାଣ ହରାଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୀନ୍ ର ପୂର୍ବ ଜିଆଙ୍ଗସୁରେ ।
ସୂଚନା ଅନୁଯାୟୀ, ଗତ ଶନିବାର ପୂର୍ବ ଜିଆଙ୍ଗସୁ ନିକଟରେ ଏକ ବସରେ 69 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେହି ସମୟରେ ବସର ଚକା ଫାଟିବା କାରଣରୁ ବସଟି ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ 36 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଥିଲେ ।