ETV Bharat / international

ସରକାରୀ କର୍ମଚାରୀଙ୍କ ବସକୁ ଟାର୍ଗେଟ, ଆଇଇଡି ବ୍ଲାଷ୍ଟରେ 10 ଗୁରୁତର - Afganisthan

ସୋମବାର ସକାଳୁ ଆଫଗାନିସ୍ତାନର ହଜ ଏବଂ ସଂସ୍କୃତି ବ୍ୟାପାର ମନ୍ତ୍ରାଳୟର କର୍ମଚାରୀଙ୍କ ବସକୁ ଟାର୍ଗେଟ କରି ଆଇଇଡି ବ୍ଲାଷ୍ଟ କରାଯାଇଛି । ଏହି ବିସ୍ଫୋରଣରେ 10 ଗୁରୁତର ଥିବା ସୂଚନା ମିଳିଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 27, 2019, 10:57 AM IST

କାବୁଲ: ଆଫଗାନିସ୍ତାନରେ ପୁଣି ହିଂସାକାଣ୍ଡ । କାବୁଲରେ ସରକାରୀ କର୍ମଚାରୀଙ୍କ ବସକୁ କରାଯାଇଛି ଟାର୍ଗେଟ । ସୋମବାର ସକାଳୁ ହଜ ଏବଂ ସଂସ୍କୃତି ବ୍ୟାପାର ମନ୍ତ୍ରାଳୟର କର୍ମଚାରୀଙ୍କ ବସକୁ ଟାର୍ଗେଟ କରି ଆଇଇଡି ବ୍ଲାଷ୍ଟ କରାଯାଇଛି । ଏହି ବିସ୍ଫୋରଣରେ 10 ସରକାରୀ କର୍ମଚାରୀ ଗୁରୁତର ଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଆଫଗାନିସ୍ତାନର ଗଣମାଧ୍ୟମ ସୂଚନା ଅନୁସାରେ ସୋମବାର ସକାଳୁ କାବୁଲ ସହରରେ ମ୍ୟାଗନେଟିକ ଆଇଇଡି ବ୍ଲାଷ୍ଟ ହୋଇଛି । ଏଠାରେ ସରକାରଙ୍କୁ ଟାର୍ଗଟ କରି ବିସ୍ଫୋରଣ କରାଯାଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ଏପରି ହିଂସାକାଣ୍ଡ ଘଟାଇଛି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏନେଇ କାବୁଲ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା ହୋଇଥିବା ସୂଚନା ମିଳିଛି ।

ସେପଟେ କାବୁଲର ଗୋଟେ ପରିବାରର 7ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତି କର୍ଟ-ଇ-ସଖୀ ଅଞ୍ଚଳରେ ଜଣେ ବନ୍ଧୁକଧାରୀ ଉକ୍ତ ପରିବାର ସମସ୍ତ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି ।

Intro:Body:

dfgg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.