କାବୁଲ: ଆଫଗାନିସ୍ତାନର ରାଷ୍ଟ୍ରପତି ପଦରେ ପୁଣି ବିଜୟ ହାସଲ କରିଛନ୍ତି ଅଶରଫ ଗନି । ଦୀର୍ଘ ମାସରୁ ଚାଲିଆସୁଥିବା ବିବାଦ ପରେ ଗନିଙ୍କୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ବିତୀୟ ବିଜୟ ।
ଅଶରଫ ଗନି ନିଜର ମୁଖ୍ୟ ପ୍ରତିଦ୍ବନ୍ଦୀ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ହରାଇ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ଦ୍ବିତୀୟ ଥର ବିଜୟଲାଭ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଗନିଙ୍କୁ 50.64 ପ୍ରତିଶତ ଭୋଟ ମିଳିଥିବା ବେଳେ ବେଳେ ଅବଦୁଲ୍ଲା ଅବଦୁଲ୍ଲା 39.52 ପ୍ରତିଶତ ଭୋଟ ହାସଲ କରିଥିଲେ । ତେବେ ଗନିଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଅବଦୁଲ୍ଲା ଅବଦୁଲ୍ଲାଙ୍କ ଉପରେ ଭୋଟ ହେରଫେର କରାଯିବାର ଅଭିଯୋଗ ରହିଥିଲା । ଏହି ଅଭିଯୋଗର 5 ମାସ ପରେ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି ।