ବାକୁ: ଆର୍ମେନିଆ ସୀମା ନିକଟରେ ଋଷର ଏମଆଇ-24 ସାମରିକ ହେଲିକପ୍ଟରକୁ ଗୁଳି କରି ଖସାଇଲା ଅଜରବାଇଜାନ । ଏହା ଭୁଲବଶତଃ ହୋଇଛି ଓ ଏଥିପାଇଁ କ୍ଷମା ମାଗିଛି ଅଜରବାଇଜାନ । ସୋମବାର ଏହି ଘଟଣା ଦୁର୍ଘଟଣାବଶତଃ ଏବଂ ଋଷ ପକ୍ଷ ବିରୁଦ୍ଧରେ ନିର୍ଦ୍ଦେଶ ମୁତାବକ ନୁହେଁ ବୋଲି ଅଜରବାଇଜାନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ଏହାର କ୍ଷତିପୂରଣ ଦେବାକୁ ଅଜରବାଇଜାନ ପ୍ରସ୍ତୁତ ବୋଲି ସିନ୍ଧୁ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ।
ଏହାପୂର୍ବରୁ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଯୁଦ୍ଧ କ୍ଷେତ୍ର ବାହାରେ ପଇନ୍ତରା ମାରୁଥିବା ଏମଆଇ-24 ହେଲିକପ୍ଟର ଆର୍ମେନିଆ ଅଞ୍ଚଳ ଦେଇ 102 ତମ ଋଷର ସାମରିକ ବେସକୁ ଯାଉଥିଲା । ଏହି ସମୟରେ ମ୍ୟାନ-ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ଗୁଳି ଚଳାଇଯାଇଥିଲା ଅଜରବାଇଜାନ । ଏହା ପରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଆର୍ମେନିଆର ଏକ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜଣେ କ୍ରୁ ସଦସ୍ୟ ଏଥିରେ ଆହତ ହେବା ସହ ଚିକିତ୍ସା ପାଇଁ ଘରୋଇ ଏୟାରଫିଲ୍ଡକୁ ସ୍ଥାନାନ୍ତର କରାଯାଇଥିଲା ।
ଅଜରବାଇଜାନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ବାୟୁ ପ୍ରତିରକ୍ଷା ରାଡାର ଚିହ୍ନଟ ଜୋନ୍ ବାହାରେ ସ୍ବଳ୍ପ ଉଚ୍ଚତାରେ ଏହି ବିମାନ ଅନ୍ଧାରରେ ଘଟିଥିଲା । ଋଷର ହେଲିକପ୍ଟର ଗୁଡିକ ଏହି ଅଞ୍ଚଳରେ ପୂର୍ବରୁ ଦେଖାଯାଇ ନଥିଲା । ମନ୍ତ୍ରଣାଳୟ କହିଛି ଯେ ଅଜରବାଇଜାନ-ଆର୍ମେନିଆ ସୀମା ନିକଟରେ ଦୁଇ ଦେଶ ବିବାଦୀୟ ନାଗର୍ଣ୍ଣୋ-କାରବାଗ ଅଞ୍ଚଳରେ ସଶସ୍ତ୍ର ସଂଘର୍ଷ ଜାରି ରଖିଥିବାରୁ କାର୍ଯ୍ୟରେ ଥିବା ସୌନ୍ୟମାନେ ଗୁଳି ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।