ETV Bharat / international

ଅମରୁଲ୍ଲାହ ସାଲେହଙ୍କ ଭାଇକୁ ନିର୍ମମ ହତ୍ୟା କଲା ତାଲିବାନ

author img

By

Published : Sep 11, 2021, 6:44 AM IST

ଅମରୁଲ୍ଲାହ ସାଲେହଙ୍କ ବଡ ଭାଇଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ତାଲିବାନ । ଅମରୁଲ୍ଲାହଙ୍କ ଭାଇ ରୋହୁଲ୍ଲାହ ସାଲେହଙ୍କୁ ହତ୍ୟା ପୂର୍ବରୁ ଅତ୍ୟାଚାର କରାଯାଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଅମରୁଲ୍ଲାହ ସାଲେହଙ୍କ ଭାଇକୁ ନିର୍ମମ ହତ୍ୟା କଲା ତାଲିବାନ
ଅମରୁଲ୍ଲାହ ସାଲେହଙ୍କ ଭାଇକୁ ନିର୍ମମ ହତ୍ୟା କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନକୁ ମୁହଁତୋଡ ଜବାବ ଦେଉଥିବା ଅମରୁଲ୍ଲାହ ସାଲେହଙ୍କ ବଡ ଭାଇଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ତାଲିବାନ । ରୋହୁଲ୍ଲାହ ସାଲେହଙ୍କୁ ତାଲିବାନୀ ପ୍ରଥମେ ଅତ୍ୟାଚାର କରିବା ପରେ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଆଫଗାନିସ୍ତାନର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଏଠାରେ ତାଲିବାନୀ ଓ ପଞ୍ଜଶୀର ଯୋଦ୍ଧାଙ୍କ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ହିଁ ଅମରୁଲ୍ଲାହ ସାଲେହଙ୍କ ବଡ ଭାଇଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ସାଲେହଙ୍କ ବଡଭାଇ ରୋହୁଲ୍ଲାହ ସାଲେହଙ୍କୁ ହତ୍ୟା ପୂର୍ବରୁ ଅତ୍ୟାଚାର କରାଯାଇଥିବା କୁହାଯାଉଛି । ବର୍ତ୍ତମାନସୁଦ୍ଧା ଏହି ଖବରକୁ ନେଇ ସ୍ପଷ୍ଟ କରାଯାଇନାହିଁ ।

ପଞ୍ଜଶୀର ହେଉଛି ସେହି ସ୍ଥାନ, ଯେଉଁଠି ଏବେ ତାଲିବାନ ସହ ରାଷ୍ଟ୍ରୀୟ ପ୍ରତିରୋଧ ମୋର୍ଚ୍ଚା( NRF) ଏବଂ ନର୍ଦନ ଆଲାଏନ୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି । ୧୫ ଅଗଷ୍ଟରେ ତାଲିବାନ କାବୁଲ କବଜା କରିଥିଲା । ହେଲେ ଏଯାଏଁ ଏବେ ବି ପଞ୍ଜଶୀର ନିଜର ସ୍ବାଧୀନତାର ଲଢେଇ ଜାରି ରଖିଛି । ଅମରୁଲ୍ଲାହ ସାଲେଙ୍କୁ ଏନଆରଏଫ ଓ ପଞ୍ଜଶୀର ଯୋଦ୍ଧା ଖୋଲାଖୋଲି ସମର୍ଥନ କରୁଛନ୍ତି । ତାଙ୍କ ପକ୍ଷରୁ ତାଲିବାନକୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି ।

ତାଲିବାନକୁ ବିରୋଧ କରିବାର ପରିଣାମ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ଏଭଳି ନିର୍ମମ ହତ୍ୟା ଘଟଣା ଘଟାଇଛି ତାଲିବାନ । ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ ମଧ୍ୟ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ତାଲିବାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.