ETV Bharat / international

ପୁଣି ବିସ୍ଫୋରଣରେ ଥରିଲା ଶ୍ରୀଲଙ୍କା, ଦେଶରେ କର୍ଫ୍ୟୁ ଜାରି - Sri Lanka

କିଛି ଲୋକଙ୍କ ସମୂହ ଅମ୍ବାରଇର ସାଇନ୍ଦମରଦୁରେ ସୁରକ୍ଷାବଳଙ୍କ ଉପରେ ଗୁଳି ବର୍ଷଣ କରିଛନ୍ତି ବୋଲି ପୋଲିସ ପ୍ରବକ୍ତା କହିଛନ୍ତି । ଏହି ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଆଜି(ଶୁକ୍ରବାର) ରାତି ୧୦ରୁ ଆସନ୍ତାକାଲି ସକାଳ ୪ଟା ଯାଏ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି ।

ଫଟୋ ସୌଜନ୍ୟ: ରଏଟର୍ସ
author img

By

Published : Apr 26, 2019, 10:50 PM IST

କଲମ୍ବୋ: ପୁଣି ବିସ୍ଫୋରଣରେ ଥରିଲା ଶ୍ରୀଲଙ୍କା । ଦେଶର ପୂର୍ବ ପ୍ରାନ୍ତରେ ସ୍ଥିତ ଅମ୍ବାରଇରେ ୩ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଅମ୍ବାରଇର ସାଇନ୍ଦମରଦୁରେ ସୁରକ୍ଷାବଳଙ୍କ ଉପରେ ଗୁଳି ବର୍ଷଣ କରିଛନ୍ତି ଆତତାୟୀ । ଏହି ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଆଜି(ଶୁକ୍ରବାର) ରାତି ୧୦ଟାରୁ ଆସନ୍ତାକାଲି ସକାଳ ୪ଟା ଯାଏଁ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି ।

ଅନ୍ୟପକ୍ଷେ ସାଇନ୍ଦରମରୁଦ, କଲମୁନଇ ଓ ଚବଲକଡଇରେ ହାଇଆଲର୍ଟ ଜାରି ହୋଇଛି । ରବିବାର ଇଷ୍ଟର ପର୍ବରେ ଶ୍ରୀଲଙ୍କା ମସଗୁଲ ଥିବାବେଳେ ଏଠାରେ 8ଟି ସିରିଜ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ 359ରୁ ଊର୍ଦ୍ଧ୍ବ ପ୍ରାଣ ହରାଇବା ସହ ଶତାଧିକ ଆହତ ହୋଇଥିଲେ ।

ଏକ କୋଠା ଭିତରେ ବୋମା ବିସ୍ଫୋରଣ ହୋଇଥିବା ଜଣା ପଡିଛି । ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣ ଆତ୍ମଘାତୀ ନା ଅନ୍ୟକିଛି ତାହା ସଷ୍ଟ ହୋଇ ପାରିନାହିଁ । ଏଠାରେ ବୋମା ବିସ୍ଫୋରଣ ଓ ଗୁଳି ବର୍ଷଣ ଶବ୍ଦ ଆସିବା ପରେ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଜୋରଦାର କରିଛନ୍ତି ।

ଏହି ସର୍ଚ୍ଚ ଅପରେସନରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହାସହ କୋଠାରୁ ଇସଲାମିକ ଷ୍ଟେଟର ବ୍ୟାନର ଓ ପୋଷାକ ଜବତ ହୋଇଛି । ଅନ୍ୟପକ୍ଷେ ସୁରକ୍ଷାକର୍ମୀ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.