ETV Bharat / international

ଆଫଗାନସ୍ତାନକୁ ଶନିଦଶା ! ଦାରିଦ୍ରତା-ବେକାରୀ ସମସ୍ୟାରେ ଯୁଝି ହେଉଛନ୍ତି ଲୋକେ - ବେକାରୀ ସମମ୍ୟା

ତାଲିବାନ ଆଫଗାନିସ୍ତାନକୁ ହାତେଇବା ପରେ ଦେଶରେ ଦେଖାଦେଇଛି ସଙ୍କଟ । ବେକାରୀ ସମସ୍ୟା ଓ ଦାରିଦ୍ରତା ଏବେ ମୁଣ୍ତ ଟେକିଛି । ଏହାସହ ତୈଳଦର ସହ ଖାଦ୍ୟ ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି । ଅଧିକ ପଢନ୍ତୁ...

ବେକାରୀ ସମମ୍ୟା ଓ ଦାରିଦ୍ରତାରେ ଯୁଝି ହେଉଛନ୍ତି ଆଫଗାନିସ୍ତାନବାସୀ

author img

By

Published : Oct 4, 2021, 7:34 AM IST

କାବୁଲ: ତାଲିବାନ ଆଫଗାନିସ୍ତାନକୁ ହାତେଇବା ପରେ ଦେଶରେ ଦେଖାଦେଇଛି ସଙ୍କଟ । ବେକାରୀ ସମସ୍ୟା ଓ ଦାରିଦ୍ରତା ଏବେ ମୁଣ୍ତ ଟେକିଛି । ଏହାସହ ତୈଳଦର ସହ ଖାଦ୍ୟ ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି । ଆନ୍ତର୍ଜାତୀୟ ସ୍ତରରେ ତାଲିବାନକୁ ବିରୋଧ କରାଯିବା ପରେ ଦେଶର ଏଭଳି ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଆଫଗାନବାସୀ । ଯଦି ଅନ୍ୟ ଦେଶରୁ କୌଣସି ପ୍ରକାର ସହାୟତା ଆସେ । ତେବେ, ବହୁତ ଭଲ ହୁଅନ୍ତା ବୋଲି କହିଛନ୍ତି ସେମାନେ । କେବଳ ସେତିକି ନୁହେଁ, ଦେଶରେ ମରୁଡି ସମସ୍ୟା ଦେଖାଦେଇଛି । ଫଳରେ ଏକାଧିକ ଚାଷୀ ପ୍ରଭାବିତ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି ।

ସମୟ ଅନୁସାରେ ପ୍ରମୁଖ ସମସ୍ୟା ଗୁଡିକ ସମାଧାନ ହୋଇଯିବ ବୋଲି ଆଫଗାନସ୍ତାନର କିଛି ବାସିନ୍ଦା ବିଶ୍ବାସ କରୁଛନ୍ତି । ଏପଟେ ସମସ୍ୟାର ସମାଧାନ ପାଇଁ ଧୈଯ୍ୟ ଧରିବାକୁ ପଡିବ ବୋଲି ଆଫଗାନିସ୍ତାନ ନିବାସୀ ମହମ୍ମଦ ବାକି କହିଛନ୍ତି । ୟୁରୋପୀୟ ସଂଘର ନାଗରିକ ସହାୟକ(ୟୁରୋପ ସିଭିଲ ପ୍ରୋଟେକ୍ସନ ମେକାନିଜିମ) ଓ ମାନବିକ ସହାୟତା (Humanitarian Aid) 14.4 ମେଟ୍ରିକ୍ ଟନ୍ ଔଷଧ who ପ୍ରଦାନ କରାଯାଇଛି । ଏହି ଔଷଧୀୟ ସାମଗ୍ରୀ ଏକ ପ୍ଲେନ ମାଧ୍ୟମରେ ଦେଶରେ ପହଞ୍ଚିଥିଲା । ଯାହା ଦେଶର 10,000 ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟସମସ୍ୟା ଦୂର କରିବ ବୋଲି ଆଶା କରାଯାଉଛି । ଏନେଇ WHO ୟୁରୋପୀୟ ସଂଘକୁ ମଧ୍ୟ ଧନ୍ୟବାଦ ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.