ETV Bharat / international

ୟୁଏସ-ତାଲିବାନ ଶାନ୍ତି ଚୁକ୍ତି: 850 ତାଲିବାନୀ ମୁକ୍ତ

author img

By

Published : May 5, 2020, 10:20 PM IST

ପ୍ରାୟ 5000 ତାଲିବାନୀଙ୍କୁ ମୁକ୍ତି କରିବାକୁ ଆତଙ୍କୀ ସଙ୍ଗଠନ ଦାବି କରିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଆଫଗାନିସ୍ତାନ ସରକାର 1500 କଏଦୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ୟୁଏସ-ତାଲିବାନ ଶାନ୍ତି ଚୁକ୍ତି: 850 ତାଲିବାନୀ ମୁକ୍ତ
ୟୁଏସ-ତାଲିବାନ ଶାନ୍ତି ଚୁକ୍ତି: 850 ତାଲିବାନୀ ମୁକ୍ତ

କାବୁଲ: ଚଳିତ ବର୍ଷ ଫେବୃୟାରୀରେ ଚୁକ୍ତି ହୋଇଥିବା ୟୁଏସ-ତାଲିବାନ ଶାନ୍ତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି ଆଫଗାନିସ୍ତାନ ସରକାର । ଏହି ଅବସରରେ ଚୁକ୍ତିରେ ଥିବା ସମସ୍ତ ସର୍ତ୍ତ ମାନିବାକୁ ରାଜି ହୋଇଛନ୍ତି ଅସରଫ ଘାନି ସରକାର । ଧିରେ ଧିରେ ସମସ୍ତ ତାଲିବାନଙ୍କୁ ମୁକ୍ତ କରାଯାଉଥିବା ସୂଚନା ମିଳିଛି ।

ଏହି ଚୁକ୍ତି ଅନୁସାରେ ପ୍ରାୟ 5000 ତାଲିବାନୀଙ୍କୁ ମୁକ୍ତି କରିବାକୁ ଆତଙ୍କୀ ସଙ୍ଗଠନ ଦାବି କରିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଆଫଗାନିସ୍ତାନ ସରକାର 1500 କଏଦୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର 102 ଜଣଙ୍କୁ ଛାଡିଛନ୍ତି ସରକାର । ଏବେ ଯାଏଁ ମୋଟ 850 ତାଲିବାନୀ ମୁକ୍ତ ହୋଇସାରିଲେଣି । ଆଗକୁ ମଧ୍ୟ ଆହୁରି କଏଦୀଙ୍କୁ ଛଡାଯିବ କିନ୍ତୁ ପ୍ରଥମେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ହେବ ବୋଲି ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜାଭିଦ ଫୈଜଲ କହିଛନ୍ତି ।

ବନ୍ଦୀ ଥିବା ତାଲିବାନୀଙ୍କ ବୟସ, ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଜେଲରେ ରହିବାର ଅବଧି ଆଧାରରେ ସେମାନଙ୍କୁ ମୁକ୍ତ କରାଯାଉଛି । ତେବେ ଆଫଗାନିସ୍ତାନରେ ଶାନ୍ତି ଫେରାଇବା ଲକ୍ଷ୍ୟରେ ଆମେରିକା ଓ ତାଲିବାନଙ୍କ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ଏଥିରେ ତାଲିବାନୀଙ୍କୁ ମୁକ୍ତ କଲେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ ତାଲିବାନ ସଙ୍ଗଠନ । ତେବେ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ କାରଣରୁ କଥାବାର୍ତ୍ତା ଆରମ୍ଭରେ ବିଳମ୍ବ ହୋଇଛି । ସେପଟେ ତାଲିବାନ ପକ୍ଷରୁ ନିକଟରେ ଅନେକ ଆକ୍ରମଣ ହୋଇଛି । ହେଲେ ଚୁକ୍ତି ଅନୁସାରେ ଏହା ସହର ବଦଳରେ ଏବେ ଗାଁ ଓ ଛୋଟ ଅଞ୍ଚଳରେ ଆକ୍ରମଣ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.