ETV Bharat / international

ଆଫଗାନ ସେନା ଆକ୍ରମଣରେ 7 ତାଲିବାନ ଆତଙ୍କବାଦୀ ନିହତ - ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ 7 ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ 4ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ।

ତାଲିବାନ ଆତଙ୍କବାଦୀ ନିହତ
ତାଲିବାନ ଆତଙ୍କବାଦୀ ନିହତ
author img

By

Published : Jul 5, 2020, 4:56 PM IST

କାବୁଲ: ଆଫଗାନିସ୍ତାନ କେନ୍ଦ୍ରୀୟ ଉରୁଜଗାନ ପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ 7 ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଘଟଣାରେ ଅନ୍ୟ 4ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି । ଏନେଇ 205 ତମ ଆଟଲ କର୍ପସର ମୁଖପାତ୍ର ସୂଚନା ଦେଇଛନ୍ତି ।

205 ତମ ଆଟଲ କର୍ପସର ମୁଖପାତ୍ର ସାଦିକ ଇଶାଙ୍କ ଅନୁଯାୟୀ, ତାଲିବାନ୍ ବିଦ୍ରୋହୀମାନେ ଶନିବାର ରାତିରେ କେନ୍ଦ୍ରୀୟ ଉରୁଜଗାନ ପ୍ରଦେଶର ଟ୍ରିନକୋଟ, ଖାସ୍ ଉରୁଜଗାନଏବଂ ଚୋରା ଜିଲ୍ଲାରେ ଆଫଗାନିସ୍ତାନ ସେନାର ଶିବିର ଉପରେ ଆକ୍ରମଣ କରିଥିଲେ। ଆଫଗାନିସ୍ତାନ ସୈନିକମାନେ ପାଲଟା ଜବାବରେ ତାଲିବାନର 7 ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।

ସେପଟେ ତାଲିବାନ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ । ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀ ସଂଗଠନ କାନ୍ଦାହାର ପ୍ରଦେଶର ଚେକପଏଣ୍ଟରେ ଆକ୍ରମଣ କରିବା ପରେ ସୁରକ୍ଷାକର୍ମୀ 5 ଜଣ ତାଲିବାନ ଆତଙ୍କବାଦୀଙ୍କୁ ନିହତ କରିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀରେ ଆମେରିକା ସହ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବା ସତ୍ତ୍ୱେ ତାଲିବାନ ଆକ୍ରମଣ ଏବଂ ବୋମା ବିସ୍ଫୋରଣ କରି ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.