ETV Bharat / international

ପିଓକେରେ ପାକିସ୍ତାନ ପତାକା ହଟାଇବାରୁ ସମ୍ବାଦିକଙ୍କୁ ହତ୍ୟା ଧମକ - ପିଓକେରେ ପାକିସ୍ତାନ ପତାକା

ସାମାଜିକ କାର୍ଯ୍ୟକର୍ତ୍ତା ତଥା ସାମ୍ବାଦିକ ତନଭୀର ଅହମ୍ମଦ ଦାବି କରିଛନ୍ତି ଯେ ସେ ଏହି ପିଓକେରୁ ପାକିସ୍ତାନ ପତାକା ହଟାଇ ଦେଇଥିବାରୁ ଗୁଇନ୍ଦା ବିଭାଗ ତାଙ୍କୁ ମାରିବାକୁ ଧମକ ଦେଉଛନ୍ତି । ଅଧିକ ପଢନ୍ତୁ...

ପିଓକେରେ ପାକିସ୍ତାନ ପତାକା ହଟାଇବାରୁ ସମ୍ବାଦିକଙ୍କୁ ମିଳିଲା ମୃତ୍ୟୁ ଧମକ

author img

By

Published : Aug 21, 2020, 9:07 PM IST

ଦଦୟାଲ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଉଡୁଥିବା ପାକିସ୍ତାନ ପତାକାକୁ କାଢିଦେବା ନେଇ ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଙ୍କୁ ଜୀବନରୁ ମାରିଦେବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନୀ ପତାକା ହଟାଇବା ପରେ ତାଙ୍କୁ ସୁରକ୍ଷା କର୍ମୀମାନେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ଏକ ଭିଡିଓରେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ସାମ୍ବାଦିକ ତନଭୀର ଅହମ୍ମଦ ଦାବି କରିଛନ୍ତି ଯେ ସେ ଏହି ଅଞ୍ଚଳରୁ ପାକିସ୍ତାନୀ ପତାକା ହଟାଇ ଦେଇଥିବାରୁ ଗୁଇନ୍ଦା ବିଭାଗ ତାଙ୍କୁ ମାରିବାକୁ ଧମକ ଦେଉଛନ୍ତି । ତଥାପି ସେ ଭୟ ନକରି ଏକ କାନ୍ଥରେ ଚଢି ପଡିଆରେ ଉଡୁଥିବା ପାକିସ୍ତାନୀ ପତାକାକୁ ହଟାଇଦେଇଥିଲେ ।

ଏହି ଅଞ୍ଚଳରୁ ସମସ୍ତ ପାକିସ୍ତାନୀ ପତାକା ହଟାଇବା ନେଇ ପ୍ରଶାସନକୁ ଦାବି କରି ତନଭୀର ଆନ୍ଦୋଳନ କରୁଥିଲେ । ଯେତେବେଳେ ସ୍ଥାନୀୟ ପ୍ରଶାସନ ଏହା କରିବାରେ ବିଫଳ ହେଲା, ସେତେବେଳେ ସେ ନିଜେ ପତାକା ହଟାଇବାକୁ ଯାଇଥିଲେ । ସୂତ୍ରରୁ ପ୍ରକାଶ ଯେ ପରେ ତନଭୀରଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ଧମକ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.