ETV Bharat / international

ଇଣ୍ଡୋନେସିଆରେ ବନ୍ୟା ତାଣ୍ଡବ: ଭୂକମ୍ପରେ ମୃତ୍ୟୁସଂଖ୍ୟା 96, 70 ହଜାର ବିସ୍ଥାପିତ

author img

By

Published : Jan 18, 2021, 2:38 PM IST

ଇଣ୍ଡୋନେସିଆ ଭୂକମ୍ପରେ ମୃତ୍ୟୁସଂଖ୍ୟା 96କୁ ବୃଦ୍ଧି ପାଇଥିବା ବେଳେ 70 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ରାଜ୍ୟ ବିପର୍ଯ୍ୟାୟ ଓ ପରିଚାଳନା ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି।

ଇଣ୍ଡୋନେସିଆରେ ବନ୍ୟା ତାଣ୍ଡବ: ଭୂକମ୍ପରେ ମୃତ୍ୟୁସଂଖ୍ୟା 96 ଓ 70 ହଜାର ବିସ୍ଥାପିତ

ଜାକର୍ତ୍ତା: ଇଣ୍ଡୋନେସିଆରେ ମୃତ୍ୟୁର ତାଣ୍ଡବ। ସମଗ୍ର ଦେଶକୁ ସ୍ତବ୍ଧ କରି ରଖିଦେଇଛି ଭୂକମ୍ପର ଝଟକା। ଯାହା ଫଳରେ ଦିନ ଗଡିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି। ଭୂକମ୍ପରେ ମୃତ୍ୟୁସଂଖ୍ୟା 96କୁ ବୃଦ୍ଧି ପାଇଥିବା ବେଳେ 70 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ସୋମବାର ସୂଚନା ମିଳିଛି।

ଭୂକମ୍ପରେ ମୃତ୍ୟୁସଂଖ୍ୟା 96 ଓ 70 ହଜାର ବିସ୍ଥାପିତ

ଇଣ୍ଡୋନେସିଆରେ ହୋଇଥିବା 6.2 ତୀବ୍ରତା ଭୂକମ୍ପରେ 81 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ପଶ୍ଚିମ ସୁଲାୱେସିରେ ହୋଇଥିବା ଆଉ ଏକ 5.9 ତୀବ୍ରତା ଭୂକମ୍ପରେ 15 ଜଣଙ୍କ ଜୀବନ ହାନି ଘଟିଛି। କାରଣ ବନ୍ୟା ଆସିବା ପରେ ଏମାନଙ୍କ ମୃତ୍ୟୁ ହୋଇଥିବା ସଂସ୍ଥାର ମୁଖପାତ୍ର କହିଛନ୍ତି।

ଏହି ଭୂକମ୍ପରେ ପ୍ରାୟ 28,000 ଲୋକଙ୍କୁ ପଶ୍ଚିମ ସୁଲାୱେସି ପ୍ରଦେଶର ମାମୁଜୁ ଏବଂ ମାଜେନେ ଜିଲ୍ଲାର 25 ଟି ସ୍ଥାନାନ୍ତର କେନ୍ଦ୍ରରେ ଆଶ୍ରୟ ନେବାକୁ ବାଧ୍ୟ କରାଯାଇଥିଲା। ଏହାସହ ବନ୍ୟା ପରିସ୍ଥିତି ପାଇଁ ପ୍ରାୟ 40,000 ଲୋକଙ୍କୁ ଦକ୍ଷିଣ କାଲିମନ୍ତାନ ପ୍ରଦେଶରେ ଆଶ୍ରୟ ନେଇଛନ୍ତି ବୋଲି ଜତି କହିଛନ୍ତି। ଏହି ଭୂକମ୍ପରେ କ୍ଷତିଗ୍ରସ୍ତ ଘର ସଂଖ୍ୟା ଜିଲ୍ଲାର 1,150 ୟୁନିଟକୁ ବୃଦ୍ଧି ପାଇ ସେଠାରେ ପାଞ୍ଚଟି ସ୍କୁଲ କୋଠା ମଧ୍ୟ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି। ସହର ଏବଂ ଜିଲ୍ଲାରେ ଭୂକମ୍ପ ହେବାର ଆଶଙ୍କା ଆକଳନ ଜାରି ରହିଛି ବୋଲି ଜତି କହିଛନ୍ତି।

ପଳାତକମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣ ହେବାର ସମ୍ଭାବନାକୁ ଦୂର କରିବା ପାଇଁ ବିସ୍ଥାପିତ ଲୋକଙ୍କ ଆଶ୍ରୟସ୍ଥଳୀକୁ ପରସ୍ପରଠାରୁ ଅଲଗା ହୋଇଯିବ ବୋଲି ଏଜେନ୍ସିର ମୁଖ୍ୟ ଡୋନି ମୋନାର୍ଡୋ କହିଛନ୍ତି। ଜାନୁଆରୀ 14 ଠାରୁ ଜାକର୍ତ୍ତାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି ଏବଂ ବିପଦର ମୂଲ୍ୟାଙ୍କନ କରାଯାଇଛି ବୋଲି ସେ କହିଛନ୍ତି। ଏଜେନ୍ସି ଅନୁଯାୟୀ, ଜାନୁଆରୀ 14 ରୁ ପ୍ରବଳ ବର୍ଷା ପରେ ଏହି ପ୍ରଦେଶରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.