ETV Bharat / international

Fire in New York Apartment: ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡ, 19 ମୃତ - ନ୍ୟୁୟର୍କରେ ଭୟାବହ ଅଗ୍ନିକାଣ୍ଡ

ନ୍ୟୁୟର୍କ ସହରରେ ଭୟାବହ ଅଗ୍ନିକାଣ୍ଡ । ସହରରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ 19 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Apartment fire in New York : ନ୍ୟୁୟର୍କରେ  ଭୟାବହ ଅଗ୍ନିକାଣ୍ଡ, 19 ମୃ

author img

By

Published : Jan 10, 2022, 9:17 AM IST

Updated : Jan 10, 2022, 10:26 AM IST

ନ୍ୟୁୟର୍କ: ନ୍ୟୁୟର୍କ ସହରରେ ଭୟାବହ ଅଗ୍ନିକାଣ୍ଡ । ରବିବାର ଦିନ ନ୍ୟୁୟର୍କ ସହରର ଏକ ଉଚ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ବହୁସଂଖ୍ୟକ ଲୋକେ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ଶିଶୁ ରହିଥିବା ସୂଚନା ରହିଛି । ନ୍ୟୁୟର୍କ ମେୟର ଏରିକ୍ ଆଡାମସ୍ କହିଛନ୍ତି ଯେ ସମୁଦାୟ ୬୩ ଜଣ ଆହତ ହୋଇଥିବା ବେଳେ ୧୯ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ କେତେଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି ।

ନିଖୋଜ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଆମ ଇତିହାସର ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ହେବ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ସହ ସଙ୍ଗେସଙ୍ଗେ ଆହତଙ୍କୁ ପାଞ୍ଚଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଅନେକ ହୃଦ୍‌ରୋଗ ଏବଂ ଶ୍ବାସ ଜନିତ ସମସ୍ୟାରେ ପିଡିତ ଥିଲେ ।

ପ୍ରଥମେ ବିଲ୍ଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା । ନିଆଁ ଲାଗିଯିବା ପରେ ଧୂଆଁ ପୁରା ଆପାର୍ଟମେଣ୍ଟରେ ଭରିଯାଇଥିଲା । ଯାହା ଫଳରେ କି ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।

ବିଲଡିଂ ନିକଟରେ ରହୁଥିବା ଜର୍ଜ କିଙ୍ଗ କହିଛନ୍ତି ଯେ, ଏଠାରେ ୧୫ ବର୍ଷ ହେଲା ରହିଆସୁଅଛି ଏବଂ ପ୍ରଥମ ଥର ମୁଁ ଏହିପରି କିଛି ଦେଖିଲି ଏବଂ ଏହା ଏକ ବଡ ଦୁର୍ଘଟଣା ଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଧୂଆଁ ଦେଖିଥିଲି, ଅନେକ ଲୋକ ଭୟଭୀତ ହୋଇପଡିଥିଲେ । କିନ୍ତୁ ବିଲଡିଂରୁ ଡେଇଁବାକୁ କେହି ଚାହୁଁ ନଥଲେ ଝରକା ପାଖରୁ ହାତ ଠାରି ହିଁ ସାହାଯ୍ୟ ମାଗୁଥିଲେ ।

Last Updated : Jan 10, 2022, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.