ETV Bharat / international

ଇଣ୍ଡୋନେସିଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 6.1

ପୁଣି ଥରିଲା ଇଣ୍ଡୋନେସିଆ । ଭୂକମ୍ପ ପରେ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇନାହିଁ ।

author img

By

Published : Mar 24, 2019, 2:47 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜାକର୍ତ୍ତା: କିଛି ଦିନର ବ୍ୟବଧାନ ପରେ ପୁଣି ଥରିଲା ଇଣ୍ଡୋନେସିଆ । ଏହି ଶକ୍ତିଶାଳୀ ଭୂକମ୍ପ ଉତ୍ତର ମାଲୁକୁ ଦ୍ବୀପରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.1 ଥିବା ଜଣାପଡିଛି । ତେବେ ଭୂକମ୍ପ ପରେ ଇଣ୍ଡୋନେସିଆରେ ସୁନାମି ଆଲର୍ଟ ଜାରି କରାଯାଇନାହିଁ ।ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତନରୁ 150 କିଲୋମିଟର ଦୂରରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳ ଟର୍ଣ୍ଣାଟୋରେ 32 କି.ମି ଗଭୀରତାରେ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଇଣ୍ଡୋନେସିଆ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଏହି ଦେଶଟି ପ୍ରଶାନ୍ତ ମହାସାଗର କେନ୍ଦ୍ରସ୍ଥଳ ଓ ରିଙ୍ଗ ଅଫ ଫାୟାରର ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ । ଯାହାଫଳରେ ଅଧିକାଂଶ ସମୟରେ ଏହି ସ୍ଥାନ ଆଗ୍ନେଗିରି ଉଦଗିରିଣ ଓ ଭୂକମ୍ପର ଝଟକା ଅନୁଭବ କରିଥାଏ ।

ଗତ ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ପାଲୁ ଓ ସୁଲେ୍ୱସି ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପାଖାପାଖି 2,200 ରୁ ଊର୍ଦ୍ଧ୍ବଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି 2004 ଡିସେମ୍ବର 6 ରେ 9.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ 170,000 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତ ୨୦୧୮ରେ ଏହି ଦେଶର ପ୍ରାୟ ୧୧,୫୫୭ ଟି ଭୂମିକମ୍ପ ହୋଇଥିଲା ଓ ଏହା ମଧ୍ୟରୁ ୨୯୭ଟିର ତୀବ୍ରତା ରିକ୍ଟର ସ୍କେଲରେ ୫ ରୁ ଅଧିକ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.