ETV Bharat / international

ସେନାକୁ ଜବରଦସ୍ତ ସଫଳତା: ମିଲିଟାରୀ ଅପରସେନରେ ଗଡିଲା 54 ଆତଙ୍କୀ ମୁଣ୍ଡ

ଆଫଗାନ୍ ସେନା ପକ୍ଷରୁ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଜବୁଲ ପ୍ରଦେଶରେ କରାଯାଇଥିବା ଆତଙ୍କବାଦ ବିରୋଧି ଅଭିଯାନରେ ଜବରଦସ୍ତ ସଫଳତା ମିଳିଛି।

ପ୍ରତୀକାତ୍ମକ ଫଟୋ
author img

By

Published : Jun 13, 2019, 11:03 AM IST

Updated : Jun 18, 2019, 10:58 AM IST

କାବୁଲ: ଆଫଗାନିସ୍ତାନ ସେନା ପକ୍ଷରୁ କରାଯାଇଥିବା ଆତଙ୍କବାଦ ବିରୋଧି ମିଲିଟାରୀ ଅପରେସନରେ ମିଳିଛି ଜବରଦସ୍ତ ସଫଳତା । ଦେଶରେ ଦକ୍ଷିଣ ଭାଗରେ ଅବସ୍ଥିତ ଥିବା ଜବୁଲ ପ୍ରଦେଶରେ ସେନା ପକ୍ଷରୁ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ 54 ଆତଙ୍କୀ ଟଳି ପଡିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ତାଲିବାନ କମାଣ୍ଡର ରହିଥିବା ଜଣାପଡିଛି । ଅନ୍ୟପଟେ 17 ଜଣ ଏଥିରେ ଆହତ ହୋଇଛନ୍ତି ।

ଏ ସମ୍ପର୍କରେ ପ୍ରଦେଶର ଗଭର୍ଣ୍ଣର ରାହାମତୁଲ୍ଲା ୟାରମାଲ୍ ଜଣାଇଛନ୍ତି । ଏନେଇ କୁହାଯାଇଛି ସୋମବାର ଯେ ଗତ ସୋମବାର ଜବୁଲର ଡେଚୋପାନ୍ ଜିଲ୍ଲାରେ ଥିବା ସିକ୍ୟୁରଟି ଚେକପୋଷ୍ଟ୍ ଉପରେ ତାଲିବାନ୍ ଆତଙ୍କବାଦୀ ଆକ୍ରମଣ କରିଥିଲେ । ସେମାନଙ୍କୁ ଜବାବ ଦେବାକୁ ଯାଇ ସେନା ପକ୍ଷରୁ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଅନ୍ୟପଟେ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ 6 ଜଣ ଆଫଗାନ୍ ଯବାନ ଶହୀଦ ହୋଇଥିବାର ଖବର ମିଳିଛି ।

ତାଲିବାନ ଏବଂ ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ସଙ୍ଗଠନର ଉପସ୍ଥିତି ଯୋଗୁଁ ବେଶ କିଛି ବର୍ଷ ହେବ ଆଫଗାନିସ୍ତାନରେ ରାଜନୈତିକ, ସାମାଜିକ ଏବଂ ସୁରକ୍ଷାଗତ ଅସ୍ଥିରତା ଦେଖାଦେଇଛି । ଏହାର ମୁକାବିଲା କରିବା ପାଇଁ ଦେଶର ସେନବାହିନୀ ଆତଙ୍କବାଦ ଦମନ ଅଭିଯାନକୁ ଜୋରଦାର କରିଛି ।

see the attachment
visual by ftp
tirthabashi panda 
subarnapur
Last Updated : Jun 18, 2019, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.