ETV Bharat / international

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରୋଣ, 50 ମୃତ

author img

By

Published : Oct 8, 2021, 6:06 PM IST

ଆଫଗାନିସ୍ତାନର କୁନ୍ଦୁଜ ପ୍ରାନ୍ତ ସ୍ଥିତ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି 50 ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫରୋଣ, 50 ମୃତ

କାବୁଲ: ଆଫଗାନିସ୍ତାରେ ଭୟଙ୍କର ବିସ୍ଫୋରଣ । କୁନ୍ଦୁଜ ପ୍ରାନ୍ତ ସ୍ଥିତ ମସଜିଦରେ ଶୁକ୍ରବାର ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି 50 ଜଣଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ସେପଟେ ବିସ୍ଫୋରଣ ଘଟଣାରେ ଅନେକ ଆହତ ହୋଇଥିବା କୁହାଯାଉଛି ।

ପୁଣି ଅଶାନ୍ତ ହୋଇପଡିଛି ଆଫଗାନିସ୍ତାନ । ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ବିସ୍ଫୋରଣ ସିୟା ମସଜିଦ ନିକଟରେ ଘଟିଛି । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରାଯାଉ ହସ୍ପିଟାଲ ନିଆଯାଉଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ନେଇ ନିଜକୁ ଦାୟୀ କରିନାହାଁନ୍ତି ।

ରବିବାର ମଧ୍ୟ ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦଙ୍କ ମା'ଙ୍କ ପାଇଁ ରଖାଯାଇଥିବା ପ୍ରାର୍ଥନା ସଭାରେ ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଲୋକୋ ପ୍ରାଣ ହରାଇଥିଲେ ।

ଏହାପୂର୍ବରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣ ଘଟଣାରେ 100 ଜଣ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନ ISIS-K ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ 13 ଆମେରିକା ସୈନ୍ୟ ପ୍ରାଣ ହରାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.