ETV Bharat / international

ପାକିସ୍ତାନ ବିସ୍ଫୋରଣରେ 5 ମୃତ, 10 ଗୁରୁତର

author img

By

Published : Aug 10, 2020, 2:50 PM IST

ପାକିସ୍ତାନ ବାଲୁଚିସ୍ତାନର ଚମାନ ସହର ମଲ ରୋଡ ନିକଟ ବିସ୍ଫୋରଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି।

_blast
ପାକିସ୍ତାନ ବିସ୍ଫୋରଣରେ 5 ମୃତ

ଇସଲାମବାଦ: ପାକିସ୍ତାନ ବାଲୁଚିସ୍ତାନର ଚମାନ ସହର ମଲ ରୋଡ ନିକଟ ବିସ୍ଫୋରଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଜିଓ ନ୍ୟୁଜ୍ ରିପୋର୍ଟ ମୁତାବକ, ବିସ୍ଫୋରଣର ଖବର ପାଇ ପୋଲିସ ଅଧିକାରୀଙ୍କ ଅତିରିକ୍ତ କଣ୍ଟିଜେଣ୍ଟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଚାମନ ଷ୍ଟେସନ ହାଉସ ଅଫିସର (ଏସଏଚଓ) ଅନୁଯାୟୀ ବିସ୍ଫୋରକ ପାର୍କିଂ ହୋଇଥିବା ଏକ ମୋଟର ସାଇକେଲରେ ଖଞ୍ଜା ଯାଇଥିଲା । ଯାହାକୁ ରିମୋଟ ନିୟନ୍ତ୍ରଣରେ ବିସ୍ଫୋରଣ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏହି ବିସ୍ଫୋରଣରେ ପାର୍କିଂ ହୋଇଥିବା ମୋଟର ସାଇକେଲ ଏବଂ କାର ଗୁଡିକ କ୍ଷତିଗ୍ରସ୍ତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.