ବେଜିଂ: ଭୟଙ୍କର ଭୂ-କମ୍ପରେ ଥରିଲା ଚୀନର ହୁବାଇ ପ୍ରାନ୍ତ । ରବିବାର ସକାଳ 6.38(ସ୍ଥାନୀୟ ସମୟ) ରେ ଗୁଏ ଜିଲ୍ଲା ତାଙ୍ଗସାନ ସହରର ଭୂ-କମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା 5.1 ରିକ୍ଟର ସେଲର ରେକର୍ଡ କରାଯାଇଥିବା ଚାଇନା ଭୂକମ୍ପ ନେଟୱର୍କ ସେଣ୍ଟର(ସିଇଏନସି) ସୂଚନା ଦେଇଛି ।
ଭୂ-କମ୍ପର କେନ୍ଦ୍ରସ୍ଥଳ 39.78 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 118.44 ଡିଗ୍ରୀ ପୂର୍ବ ଦ୍ରାଘିମାରେ 10 କିଲୋମିଟର ଗଭୀରତା ବୋଲି CENC ରିପୋର୍ଟ କରିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାବତ ସୂଚନା ନାହିଁ ।
@ANI