ETV Bharat / international

ବେଲୁଚିସ୍ତାନ ମସ୍‌ଜିଦରେ ବିସ୍ଫୋରଣ: 4 ମୃତ, 15 ଆହତ

ବେଲୁଚିସ୍ତାନର ରାଜଧାନୀ କ୍ବେଟା ନିକଟସ୍ଥ କୁଚଲାକର ଏକ ମସ୍‌ଜିଦରେ ବିସ୍ଫୋରଣ ଘଟି 4 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ 15 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

author img

By

Published : Aug 16, 2019, 5:51 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

କ୍ବେଟା: ପାକିସ୍ତାନର ବେଲୁଚିସ୍ଥାନର ଶୁକ୍ରବାର ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ବେଲୁଚିସ୍ତାନର ରାଜଧାନୀ କ୍ବେଟା ନିକଟସ୍ଥ କୁଚଲାକର ଏକ ମସ୍‌ଜିଦରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ 15 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମସ୍‌ଜିଦ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣା ପଡିଛି ।

ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ଘଟଣା ସ୍ଥଳରେ ଆହୁରି ବୋମା ଥିବା ଆଶଙ୍କା କରି ବୋମା ନିରୋଧୀ ସ୍କ୍ବାଡ ଦତନ୍ତ କରୁଛି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

Intro:Body:

drh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.