ETV Bharat / international

କରାଚୀରେ ବିସ୍ଫୋରଣ; 3 ମୃତ, 15 ଆହତ

ପାକିସ୍ତାନ କରାଚୀ ବିଶ୍ବବିଦ୍ୟାଳୟ ମାସକନ ଗେଟ ସମ୍ମୁଖରେ ବିସ୍ଫୋରଣ। 4 ମହଲା ବିଶିଷ୍ଟ ବିଲ୍ଡିଂରେ ବିସ୍ଫୋରଣ ଘଟି 3 ମୃତ । 15 ଆହତ । ବିସ୍ଫୋରଣ କାରଣ ଖୋଜୁଛି ପୋଲିସ । ଅଧିକ ଖବର ପଢନ୍ତୁ...

author img

By

Published : Oct 21, 2020, 12:03 PM IST

କରାଚୀ ମାସକନ ଗେଟରେ ବିସ୍ଫୋରଣ , 3 ମୃତ 15 ଆହତ

ଇସଲାମବାଦ୍: ପାକିସ୍ତାନ କରାଚୀ ୟୁନିଭରସିଟି ମାସକନ ଗେଟ ସମ୍ମୁଖରେ ବିସ୍ଫୋରଣ। 4 ମହଲା ବିଶିଷ୍ଟ ବିଲ୍ଡିଂରେ ବିସ୍ଫୋରଣ ଘଟି 3 ମୃତ । 15 ଆହତ । ସମସ୍ତ ଆହତ ଓ ମୃତ ବ୍ୟକ୍ତିଙ୍କୁ ପଟେଲ ଡାକ୍ତରଖାନା ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ଏବେ ସୁଦ୍ଧା ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ।

ତେବେ ଏହା ଏକ ସିଲିଣ୍ଡର ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଛି। ପୋଲିସ୍ କହିବା ଅନୁସାରେ, ବିସ୍ଫୋରଣର କାରଣ ଯାଞ୍ଚ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳ ଆସି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି। କୋଠାର ଦ୍ବିତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି ଯେ ନିକଟରେ ଥିବା କିଛି ଘରର ଝରକା ଏବଂ କିଛି ଗାଡି ମଧ୍ୟ ନଷ୍ଟ ହୋଇଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଶେରିନ ଜିନ୍ନା କଲୋନୀ ନିକଟରେ ଥିବା ଏକ ବସ୍ ଟର୍ମିନାଲର ପ୍ରବେଶ ପଥରେ ବୋମା ବିସ୍ଫୋରଣ ହେବାପରେ 5 ଜଣ ଆହତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.