ଢାକା: ବାଂଲାଦେଶ ପଦ୍ମନଦୀରେ ଅଘଟଣ । ଦ୍ରୁତ ଗତିରେ ଆସୁଥିବା ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ 26ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣା ଆଜି(ସୋମବାର) ସକାଳୁ ଘଟିଥିବାବେଳେ ଉଦ୍ଧାରକାରୀମାନେ 26 ମୃତଦେହ ଉଦ୍ଧାର କରିଥିବାବେଳେ ଏବେବି କିଛି ଲୋକ ନିଖୋଜ ଥିବା କେନ୍ଦ୍ରୀୟ ମାଡାରିପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମିରାଜ ହୁସେନ କହିଛନ୍ତି ।
ଏହାସହ 5 ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି ବୋଲି ସେ କହିଛନ୍ତି । ନିମ୍ନ ଆଭ୍ୟନ୍ତରୀଣ ଜଳପଥ ଓ ନିରାପତ୍ତା ମାପଦଣ୍ଡ ସତ୍ତ୍ୱେ ପ୍ରତିବର୍ଷ ବାଂଲାଦେଶ ନଦୀ ଘାଟରେ ଏଭଳି ଅଘଟଣ ଘଟୁଛି । ଶହ ଶହ ସଂଖ୍ୟାରେ ଲୋକେ ମୃତ୍ୟୁବରଣ ବି କଲେଣି ।
ଏପ୍ରିଲ୍ ପ୍ରାରମ୍ଭରେ ପ୍ରାୟ 50 ଜଣ ଯାତ୍ରୀଙ୍କ ସହିତ ଏକ ଡଙ୍ଗା କେନ୍ଦ୍ରୀୟ ନାରାୟଣଗଞ୍ଜରୁ ଆସୁଥିବାବେଳେ ଏକ ବଡ଼ ମାଲବାହୀ ଜାହାଜ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ 30ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଗତ ବର୍ଷ ଜୁନ୍ ମାସରେ ଢାକାରେ ଗୋଟିଏ ଡଙ୍ଗାକୁ ପଛପଟୁ ଆଉ ଏକ ଡଙ୍ଗା ଧକ୍କା ଦେବା ଫଳରେ ଅତି କମରେ 32 ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଫେବୃଆରୀ 2015ରେ ଏକ ମାଲବାହୀ ଡଙ୍ଗା ସହିତ ଯାତ୍ରୀବାହୀ ଜାହାଜ ଧକ୍କା ହେବା ଫଳରେ ଅତି କମରେ 78 ଜଣଙ୍କର ମୃତ୍ୟୁ ହୋଇଥିଲା।