ETV Bharat / international

ଇଣ୍ଡୋନେସିଆ 20ଥର ଭୂକମ୍ପର ଶକ୍ତ ଝଟକା, ସୁନାମି ଆର୍ଲଟ ଜାରି

ଥରିଲା ଇଣ୍ଡୋନେସିଆ । ଲଗାତର 20ଥର ଶକ୍ତିଶାଳୀ ଭୂକମ୍ପର ଝଟକା ଏଠାରେ ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.8 ରେକର୍ଡ କରାଯାଇଛି ।

author img

By

Published : Apr 13, 2019, 10:07 AM IST

ଫାଇଲ ଫଟୋ

ଇଣ୍ଡୋନେସିଆ: ଥରିଲା ଇଣ୍ଡୋନେସିଆ । ଲଗାତର 20 ଥର ଶକ୍ତିଶାଳୀ ଭୂକମ୍ପର ଝଟକା ଏଠାରେ ଅନୂଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.8 ରେକର୍ଡ କରାଯାଇଛି । ଏହି ଭୂକମ୍ପର ଝଟକା ଶୁକ୍ରବାର ସନ୍ଧ୍ୟାରେ କେନ୍ଦ୍ରୀୟ ସୁଲେବାସିରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ସୁନେବାସୀର ମୋରବଲିର ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗ ଓ ଭୂତତ୍ବବିତଙ୍କ କହିବା ଅନୁସାରେ ପଶ୍ଚିମ ଇଣ୍ଡୋନେସିଆରେ ଗୋଟିଏ ଦିନରେ ପାଖାପାଖି 20 ଥର ଭିନ୍ନ ଭିନ୍ନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଯାହାଫଳରେ ଦେଶରେ ସୁନାମୀର ଆଲର୍ଟ ଜାରି କରାଯାଇଛି । ଗତ ସେପ୍ଟେମ୍ବର ମାସରେ ହୋଇଥିବା ଭୂକମ୍ପ ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ସୁନାମୀ ହେବା ସହ ପାଖାପାଖି 4,340 ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୨୦୧୦ରେ ହୋଇଥିବା ଭୂମିକମ୍ପ ଓ ସୁନାମୀରେ ସୁମାତ୍ରାରେ ୪00 ଜଣ ଓ ଜାଭାରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୦9ରେ ହୋଇଥିବା ଭୂକମ୍ପ ଓ ସୁନାମୀ ଯୋଗୁ 1,100 ଲୋକ ବଳି ପଡ଼ିଥିଲେ। ସେହିପରି ପୂର୍ବବର୍ଷ ହୋଇଥିବା ସୁନାମି ଓ ଭୂକମ୍ପ ଫଳରେ ଇଣ୍ଡୋନେସିଆର ସୁଲୱାସି ଦ୍ୱୀପରେ 2,200 ଲୋକଙ୍କ ମୃତ୍ୟୁ ହୋଇଥିଲା।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.