କାବୁଲ: ଆଫଗାନିସ୍ତାନର ବାୟୁସେନା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକରେ 14 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏ ସମ୍ପର୍କରେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନ ତାଲିବାନର କୁଶମଲ ଗ୍ରାମର ଏହି ଆକ୍ରମଣ କରିଛି । ଏହି ଆକ୍ରମଣରେ ତାଲିବାନର ଆତଙ୍କବାଦୀଙ୍କ ଲୁଚିବା ସ୍ଥାନ, 5ଟି ରକେଟ ଚାଳିତ ଗ୍ରେନେଡ ଲଞ୍ଚର, 2ଟି ଭାରୀ ବନ୍ଧୁକ ଏବଂ 7ଟି ଆକ୍ରମଣକାରୀ ରାଇଫଲ ନଷ୍ଟ ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ତାଲିବାନ ଲଗାତାର ଭାବେ ଆଫଗାନିସ୍ତାନର ସରକାରୀ ଫୋର୍ସ ଉପରେ ଆକ୍ରମଣ କରିଆସୁଥିଲା । ଆମେରିକା ଆଫଗାନିସ୍ତାନରୁ ମେ 1 ତାରିଖରେ ସୁରକ୍ଷା ବାହିନୀ ପ୍ରତ୍ୟାହାର ପରେ ତାଲିବାନ ଏହି ଆକ୍ରମଣ କରିଛି ।
@ANI