ETV Bharat / international

ବେଲୁଚିସ୍ତାନରେ ଫୁଟବଲ ମ୍ୟାଚରେ ବିସ୍ଫୋରଣ, 14 ଆହତ - ବେଲୁଚିସ୍ତାନରେ ଫୁଟବଲ ମ୍ୟାଚରେ ବିସ୍ଫୋରଣ

ପାକିସ୍ତାନର ବେଲୁଚିସ୍ତାନରେ ଫୁଟବଲ ମ୍ୟାଚ ଖେଳୁଥିବାବେଳେ ବିସ୍ଫୋରଣ, 14 ଆହତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ଖବର ସରାବରାହ ସଂସ୍ଥା ସୂଚନା ଦେଇଛି । ଅଧିକ ପଢନ୍ତୁ...

14 injured in explosion during football match in Pak's Balochistan
ବେଲୁଚିସ୍ତାନରେ ଫୁଟବଲ ମ୍ୟାଚରେ ବିସ୍ଫୋରଣ,14 ଆହତ
author img

By

Published : Apr 14, 2021, 9:27 AM IST

ଇସଲାମାବାଦ: ଫୁଟବଲ ମ୍ୟାଚରେ ବିସ୍ଫୋରଣ,14 ଆହତ। ପାକିସ୍ତାନର ବେଲୁଚିସ୍ତାନରେ ଫୁଟବଲ ମ୍ୟାଚ ଖେଳୁଥିବାବେଳେ ବିସ୍ଫୋରଣ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ଖବର ସରବରାହ ସଂସ୍ଥା ସୂଚନା ଦେଇଛି ।

ମଙ୍ଗଳବାର ପାକିସ୍ତାନର ବେଲୁଚିସ୍ତାନର ଶିଳ୍ପାଞ୍ଚଳ ତାରିକ ଇଲାହି ମସ୍ତିଇରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣର କୌଣସି ଖେଳାଳି ଆହତ ହୋଇନଥିବାବେଳେ ମ୍ୟାଚ ଦେଖୁଥିବା ଦର୍ଶକ ଆହତ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ 14 ଜଣ ଆହତ ହୋଇଥିବା ଅଧିକାରୀ ଜଣକ କହିଛନ୍ତି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ କିଛି ଅଜଣା ଦୁବୃର୍ତ୍ତ ଫୁଟବଲ ଗ୍ରାଉଣ୍ଡର କାନ୍ଥରେ ଆଇଡି ବିସ୍ଫୋରକ ଖଞ୍ଜିଥିଲେ । ଯାହା ଫୁଟବଲ ମ୍ୟାଚ ସମୟରେ ବିସ୍ଫୋରଣ ହୋଇଥିଲା । ପୋଲିସ ସେହ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣାକୁ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦ୍ବାୟୀ କରିନାହାଁନ୍ତି । ଏହିଭଳି କେତେ ଘଟଣା ଗତବର୍ଷ ମଧ୍ୟ ଘଟିଛି ଯାହା ପରେ ବେଲୁଚିସ୍ତାନରେ ହିଂସା ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.