ETV Bharat / international

ବାଲୁଚିସ୍ତାନ ୱାଜିରିସ୍ତାନର ପୃଥକ ଆକ୍ରମଣ, 12 ପାକିସ୍ତାନୀ ସେନା କର୍ମୀ ମୃତ - N Waziristan

ବାଲୁଚିସ୍ତାନ ଗ୍ବାଦାର ଜିଲ୍ଲା ଏବଂ ଉତ୍ତର ୱାଜିରିସ୍ତାନରେ ଦୁଇଟି ପୃଥକ ଆକ୍ରମଣରେ 12 ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ । ଏହି ଆକ୍ରମଣ ପାଇଁ ବାଲୁଚ ରାଜୀ ଅଜୋଇ ସିଙ୍ଗର ଟ୍ବିଟର ପୋଷ୍ଟରେ ନିଜକୁ ଦାୟୀ କରିଛି।

ବାଲୁଚିସ୍ତାନ ୱାଜିରିସ୍ତାନର ପୃଥକ ଆକ୍ରମଣରେ 12 ପାକିସ୍ତାନୀ ସେନା କର୍ମୀ ମୃତ

author img

By

Published : Oct 16, 2020, 12:17 PM IST

ଇସଲାମାବାଦ୍: ଆକ୍ରମଣରେ 12 ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ। ବାଲୁଚିସ୍ତାନ ଗ୍ବାଦାର ଜିଲ୍ଲା ଏବଂ ଉତ୍ତର ୱାଜିରିସ୍ତାନରେ ଦୁଇଟି ପୃଥକ ଆକ୍ରମଣରେ ଏହି ସମସ୍ତ ସେନା କର୍ମୀଙ୍କ ମୃତ୍ୟୁ ହୋଇଛି। ବାଲୁଚିସ୍ତାନର ଓରାମାର ଉପକୂଳ ରାଜପଥରେ ରାଷ୍ଟ୍ରାୟତ୍ତ ତୈଳ ଏବଂ ଗ୍ୟାସ ବିକାଶ କମ୍ପାନୀ ଲିମିଟେଡ (OGDCL) ର ଏକ କନଭେନ ଉପରେ ଆକ୍ରମଣ ହୋଇଥିଲା। ପ୍ରଥମ ଘଟଣାରେ ଅତି କମରେ 6 ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ବୋଲି ରେଡିଓ ପାକିସ୍ଥାନ ରିପୋର୍ଟ କରିଛି। ସେହିପରି ଅନ୍ୟ ଏକ ଘଟଣାରେ ଉତ୍ତର ୱାଜିରିସ୍ତାନର ରଜମାକ ଅଞ୍ଚଳ ନିକଟରେ ଆଇଡି ବିସ୍ଫୋରଣ ପରେ ପାକିସ୍ତାନୀ ସେନାର 6 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ବର୍ତ୍ତମାନ ପାକିସ୍ତାନ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏହି ଘଟଣାର କିଛି ସମୟ ପରେ ବାଲୁଚ ରାଜୀ ଅଜୋଇ ସିଙ୍ଗର (BRAS) ଟ୍ବିଟର ପୋଷ୍ଟରେ ଏହି ଆକ୍ରମଣର ଦାୟୀ ବୋଲି କହିଛି ଏବଂ ଖୁବ ଶୀଘ୍ର ସେମାନେ ବିସ୍ତୃତ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଭୟ ଆକ୍ରମଣରେ ନିହତ କର୍ମଚାରୀଙ୍କ ପରିବାରବର୍ଗଙ୍କ ସହ କଥା ହୋଇ ସମବେଦନା ପ୍ରକାଶ କରିଛନ୍ତି।

ଡନ୍ ରିପୋର୍ଟ ଅନୁଯାୟୀ, ଦେଶର ଫ୍ଲାଗସିପ୍ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ପାଇଁ ବାଲୁଚିସ୍ତାନ ଜରୁରୀ ଅଟେ। ଯାହା ଚାଇନାର ବେଲ୍ଟ ଏବଂ ରୋଡ୍ ଭିତ୍ତିଭୂମି ପଦକ୍ଷେପର ଏକ ଅଂଶ। ଏହି କରିଡର ଚୀନ୍‌ର ପଶ୍ଚିମ ପ୍ରଦେଶର ଜିନଜିଆଙ୍ଗକୁ ଗ୍ବାଦର ସହିତ ସଂଯୋଗ କରିବାକୁ ଚେଷ୍ଟା କରୁଛି। ଯାହା ବେଜିଂକୁ ଆରବ ସାଗରକୁ ପ୍ରବେଶ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.