କାଠମାଣ୍ଡୁ: ନେପାଳର ମାୟାଗଡି ଜିଲ୍ଲାରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ଶନିବାର ସକାଳେ ମୃତଦେହ ଉଦ୍ଧାର ହୋଇଛି । ନିଖୋଜଙ୍କ ମଧ୍ୟରୁ 23 ଜଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ବୋଲି ମାୟାଗଡି ପୋଲିସ ମୁଖ୍ୟ ଡିଏସପି କିରଣ ଜଙ୍ଗ କୁନୱାର କହିଛନ୍ତି ।
ଏଥିସହ ଜିଲ୍ଲାର ମାରଙ୍ଗ ଅଫ୍ ଧୌଳଗିରି ରୁରୁଲ ମୁନିସିପାଲିଟି-6ରୁ ଜଣେ ଶୁଶୁ ସମେତ 9 ଜଣ ଲୋକଙ୍କର ମୃତଦେହ ଉଦ୍ଧାର ହୋଇଛି । ଡିଏସପି କିରଣ ଜଙ୍ଗ କୁନୱାରଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ଯୁବକ ଦେବ୍ରିସରୁ 8ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଶିଶୁଟିର ମୃତଦେହ ଉଦ୍ଧାର କରିବାରେ ସେମାନେ ସକ୍ଷମ ହୋଇନଥିବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ ।
ଏପଟେ ନିଖୋଜ ଥିବା ଲୋକଙ୍କ ମଧ୍ୟରେ 15 ଜଣ ମରଙ୍ଗ ଧୌଳଗିରି-6ର ବାସିନ୍ଦା ଥିବାବେଳେ 9 ଜଣ ବିମା ମାଲିକ ରୁରୁଲ ମୁନିସିପାଲିଟି-7ର ସ୍ଥାନୀୟ ବାସିନ୍ଦା ଥିବା ଇନସପେକ୍ଟର ଧ୍ରୁବା ପ୍ରସାଦ ଶର୍ମା କହିଛିନ୍ତି । ତେବେ ଘଟଣା ସ୍ଥଳକୁ 50ଟି ଟିମ୍ ସମେତ ନେପାଳ ଯବାନ, ସୁରକ୍ଷାକର୍ମୀ ଏବଂ ନେପାଳ ପୋଲିସ ପହଞ୍ଚିଥିବା ଇନସପେକ୍ଟର ଶର୍ମା କହିଛନ୍ତି ।
ପ୍ରକାଶ ଥାଉକି, ଗତ ଗୁରୁବାର ନେପାଳର ମାୟାଗଡି, ଜାଜାର୍କୋଟ ଏବଂ ସିନ୍ଧପାଲଚୋକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ଅତି କମରେ 20ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।