ETV Bharat / international

ଲକଡାଉନ ପ୍ରଭାବ: ଆଫଗାନିସ୍ତାନର ପ୍ରସିଦ୍ଧ ମସଜିଦରେ ଭୋକ ନେଲା 1000 ପାରାଙ୍କ ଜୀବନ - lockdown effect

ଲକଡାଉନ ପ୍ରଭାବ ମଣିଷ ଠାରୁ ଆରମ୍ଭ କରି ସମସ୍ତଙ୍କ ଜୀବନରେ ପଡିଛି । ଅନେକ ସ୍ଥାନରେ ଖାଦ୍ୟାଭାବରୁ ଅକାରଣରେ ଚାଲିଯାଇଛି ଅନେକ ଜୀବନ । ସେଥିମଧ୍ୟରୁ ଆଫାଗାନିସ୍ତାନର ଅକ ମସଜିଦରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଆଫଗାନିସ୍ତାନର ପ୍ରସିଦ୍ଧ ମସଜିଦରେ ଭୋକ ନେଲା ଏକ ହଜାର ପାରାଙ୍କ ଜୀବନ

author img

By

Published : Jun 10, 2020, 1:54 PM IST

କାବୁଲ: କୋରୋନା ଭାଇରସ କେବଳ ମଣିଷର କ୍ଷତି ନୁହେଁ ବରଂ ଅନ୍ୟ ଜୀବଜନ୍ତୁ ମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି । ଏପରି ଏକ ଘଟଣା ଆଫଗାନିସ୍ତାନର ପ୍ରସିଦ୍ଧ ମଜାର-ଏ-ସରିଫ ମସଜିଦରେ ଦେଖିବାକୁ ମିଳିଛି । ପ୍ରାୟ ଏକ ହଜାର ଧଳା ପାରା ଭୋକରେ ମୃତ୍ୟୁ ବରଣ କରିଛନ୍ତି । ଏହି ପାରା ଗୁଡ଼ିକ ମସଜିଦରେ ପାଳିତ ହୋଇଥିଲେ । କୋରୋନା ସଂକ୍ରମଣ ହେତୁ ଲକଡାଉନ କାରଣରୁ ମସଜିଦ ବନ୍ଦ ରହିଥିଲା ଯେଉଁଥିପାଇଁ ସେମାନେ ଖାଦ୍ୟ ଶସ୍ୟ ପାଇପାରିନଥିଲେ । ଆଉ ସେମାନଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁଯାୟୀ, ମସଜିଦର ରକ୍ଷକ କୟୁମ ଅନସାରୀ କହିଛନ୍ତି ଯେ, ଖାଦ୍ୟ ନମିଳିବାରୁ ପାରା ମାନେ କ୍ରମାଗତ ଭାବରେ ମୃତ୍ୟୁ ବରଣ କରୁଛନ୍ତି । ସେ କହିଛନ୍ତି, 'ପ୍ରତିଦିନ 30ରୁ ଅଧିକ ପକ୍ଷୀଙ୍କର ପ୍ରାଣହାନୀ ଘଟୁଥିଲା । ଆମେ ସେମାନଙ୍କୁ ଏହି ମସଜିଦ ବାହାରେ କବର ଦେଉଥିଲୁ । ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ପାରାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି ।

ଦ୍ୱାଦଶ ଶତାବ୍ଦୀର ଏହି ମସଜିଦକୁ ବ୍ଲୁ ମସଜିଦ ମଧ୍ୟ କୁହାଯାଏ । କାରଣ ଏହାର ପଥର ନୀଳ ରଙ୍ଗର ଅଟେ । ଏହି ମସଜିଦ ମଧ୍ୟ ଦେଶରେ ଲକଡାଉନ ସମୟରେ ବନ୍ଦ ରହିଥିଲା । ଆଫଗାନିସ୍ତାନରେ କୋରୋନା ଭାଇରସ ସଂକ୍ରମଣର ସଂଖ୍ୟା 21 ହଜାରରୁ ଅଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.