ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନାହିଁ । ଏପରିସ୍ଥଳେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କୋରୋନା ଚିକିତ୍ସାରେ ସଞ୍ଜିବନୀ ପାଲଟିଛି । କୋରୋନା ଚିକିତ୍ସାରେ ଉପଶମ ପ୍ରଦାନ କରୁଥିବା ଏହି ଔଷଧ ବ୍ୟବହାର ପ୍ରସଙ୍ଗରେ ଡବ୍ଲ୍ୟୁଏଚଓ ବଡ ଘୋଷଣା କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ସୁରକ୍ଷା ପ୍ରସଙ୍ଗରେ କୋଭିଡ -19 ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପରୀକ୍ଷାକୁ ସାମୟିକ ଭାବେ ନିଷିଦ୍ଧ କରିଛି ।
WHO ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କହିଛନ୍ତି ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କୋଭିଡ -19 ସଂକ୍ରମିତଙ୍କ ଉପରେ ଦୃଢତା ପରୀକ୍ଷାକୁ ସାମୟିକ ଭାବେ ବନ୍ଦ କରିବାକୁ WHO କାର୍ଯ୍ୟ ଗୋଷ୍ଠୀ ନିଷ୍ପତ୍ତି ନେଇଛନ୍ତି ଏବଂ ଏହାର ତଥ୍ୟ ଡାଟା ସୁରକ୍ଷା ମନିଟରିଂ ବୋର୍ଡ ଦ୍ବାରା ସମୀକ୍ଷା କରାଯିବ ।
ସୂଚନାଯୋଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ କୋଭିଡ -19 ର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏପରିକି ସେ କହିଛନ୍ତି ଯେ କୋରୋନା ଭୂତାଣୁକୁ ଏଡାଇବା ପାଇଁ ସେ ନିଜେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରୁଛନ୍ତି ।
ଏକ ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ ଅନୁଯାୟୀ, କୋବିଡ -19 ପାଇଁ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସହିତ ଆଣ୍ଟିବାୟୋଟିକ୍ ଏଜିଥ୍ରୋମାଇସିନ୍ ବିନା ଚିକିତ୍ସିତ କୋଭିଡ -19 ସଂକ୍ରମିତଙ୍କ ପାଇଁ ଲାଭଦାୟକ ନୁହେଁ ବୋଲି ଜଣାଯାାଇଛି ।